ଦୁର୍ଘଟଣାରେ ଛାତ୍ରଛାତ୍ରୀଙ୍କ ସମେତ ୨୨ ଆହତ

0

ବିଲାସପୁର: ହିମାଚଳ ପ୍ରଦେଶ ବିଲାସପୁର ଜିଲାର ଝାଣ୍ଡୁତାରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଝାଣ୍ଡୁତା ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସ ମଧ୍ୟରୁ ଯାତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟଲୋକ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ବସରେ ଛାତ୍ରଛାତ୍ରୀ ସମେତ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ । ବସଟି ଝାଣ୍ଡୁତାରୁ ବିଲାସପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ଭାରସ୍ୟାମ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାଟି ଆନନ୍ଦ ଘାଟ ନିକଟରେ ଘଟିଛି । ଦୁର୍ଘଟଣାରେ ୨୨ ଜଣଙ୍କ ଆହତ ହୋଇଛନ୍ତି । ବିଲାସପୁର ଏସପି ଅଶୋକ ଶର୍ମାଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାର କାରଣ ଜଣାପଡିନାହିଁ । ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

Leave A Reply