ଦୁଇ ପ୍ରକୃତିବନ୍ଧୁଙ୍କୁ ସମ୍ବର୍ଦ୍ଧନା

0

ବ୍ରହ୍ମପୁର: ଦିଗପହଣ୍ଡି ବନାଂଚଳ କାର୍ୟ୍ୟାଳୟରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷରୋପଣରେ ପାରଦର୍ଶିତା ଅର୍ଜନ କରିବା ଫରେଷ୍ଟଗାର୍ଡ଼ ନୀଳମାଧବ ଜେନାଙ୍କୁ ଶ୍ରେଷ୍ଠ କର୍ମଚାରୀ ଭାବେ ଗତ ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମପୁର ପ୍ୟାରେଡ ଗ୍ରାଉଣ୍ଡରେ ଆରଡିସି ଟି.ଆଓଙ୍କଠାରୁ ସମ୍ମାନିତ ହୋଇଥିଲେ । ସେହିପରି ମୟୂର ସଂରକ୍ଷଣ ପାଇଁ ସାମାଜିକ କର୍ମୀ କୃଷ୍ଣ ଗୌଡ଼ ଏବଂ ବନ୍ୟଜନ୍ତୁ ଓ ସରିଶୃପ ସଂରକ୍ଷଣ ପାଇଁ ପିପୁଲ ଫର ଆନିମଲ ସଂସ୍ଥା ସ୍ୱେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀ ଓ ଶୁଭମ୍ କୁମାର ସାହୁଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଶନିବାର ଦିଗପହଣ୍ଡି ବନାଂଚଳ କାର୍ୟ୍ୟାଳୟରେ ରେଂଜର ପରମାନନ୍ଦ ପାଣିଗ୍ରାହୀ ଦୁଇ ପ୍ରକୃତିବନ୍ଧୁ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ।

Leave A Reply