ଦୀପାବଳିରେ ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ

0

ଆରଡି: ଆଲୋକର ପର୍ବ ଦୀପାବଳି ଅବସରରେ ବୁଧବାର ରାଜ୍ୟର ସର୍ବ ପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶହଶହ ବର୍ଷର ପରମ୍ପରା ଓ ରୀତିନୀତି ଅନୁଯାୟୀ ରାତ୍ରରେ ମନ୍ଦିର ଚୂଡାକୁ ମହାଦୀପ ଉଠିଥିଲା। ଏଥିପାଇଁ  ଦିନତମାମ ମଣିବାବାଙ୍କ ପାଖରେ ସ୍ୱତନ୍ତ୍ର ପୂଜାଅର୍ଚ୍ଚନା କରାଯିବା ସହିତ ଦିଅଁ ଦର୍ଶନ ନିମନ୍ତେ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।  ଦୈନଦିନ ନୀତିନୀର୍ଘ୍ୟଣ୍ଟ  ଅନୁଯାୟୀ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ କରାଯିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ଶ୍ରଦ୍ଧାଳୁମାନଙ୍କର ପୂଜାର୍ଚ୍ଚନା ଓ ମାନସିକ ଭୋଗ ଲାଗି ନିମନ୍ତେ ଦିବା ୧ଘଟିକା ପର୍ଯ୍ୟନ୍ତ ସାହଣ ମେଲା କରାଯାଇଥିଲା। ପରେ ମଣିବାବାଙ୍କୁ ନବବସ୍ତ୍ର, ୧୦ କିଲୋ ରୂପା ଅଳଙ୍କାର, ଫୁଲ, ଚନ୍ଦନ ଓ ବେଲ୍ୱପତ୍ର ଲାଗି କରାଯାଇ ପଞ୍ଚାନନ ବେଶ ସଜ୍ଜିତ କରାଯିବା ସହ ବଡ ନୀତି ଭୋଗ ଲାଗି କରାଯାଇଥିଲା। ଅପରାହ୍ନ ୪ଟା  ସୁଧା ସମସ୍ତ ସକାଳ ଧୂପ ସରିବା ପରେ ବିଭିନ୍ନ ଅଳଙ୍କାର,ଚନ୍ଦନ,ଫୁଲ,ବେଲ୍ୱପତ୍ର ଆଦିରେ ବଡସିଂହାର ବେଶ କରାଯାଇଥିଲା। ସନ୍ଧ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଓ ସେବାୟତମାନଙ୍କ ପକ୍ଷରୁ ଦୀପଲାଗି କରାଯିବା ସହିତ ମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ମନ୍ଦିର ସମେତ ବେଢାର ପ୍ରାଚେରୀ ପାର୍ଶ୍ବ ଦେବତା ମନ୍ଦିର ଗୁଡିକରେ ଘିଅ ଦୀପରେ ସୁସଜ୍ଜି୍ତ କରାଯାଇଥିଲା। ରାତ୍ର ୮ଘଟିକାରେ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ  ମହାଦୀପ ପ୍ରସ୍ତୁତ କରାଯିବା ପରେ ମହାଦୀପ ପ୍ରତିଷ୍ଠା ଓ ଅଗ୍ନି ସଂଯୋଗ ନିମନ୍ତେ ଶ୍ରୀଜିଉଙ୍କ ଗମ୍ଭୀରା ମଧ୍ୟକୁ ନିଆଯାଇ ସେବାୟତମାନଙ୍କ ଦ୍ୱାରା ଗୁପ୍ତ ଷୋଡଶ ଉପଚାର ନୀତି ଅନୁଷ୍ଠିତ ହରାଇଥିଲା।  ନିର୍ଦ୍ଧାରିତ ନୀତିନୀର୍ଘଣ୍ଟ ଅନୁଯାୟୀ  ମହାଦୀପରେ ଅଗ୍ନି ସଂଯୋଗ କରାଯିବା ପରେ ଘଣ୍ଟାକିର୍ତ୍ତନ, ଛତ୍ର, ଚାମର ଆଲଟ ଦ୍ୱାରା ମହଦୀପକୁ ସେବାୟତମାନେ ମନ୍ଦିର ବେଢା ପରିକ୍ରମା କରାଇଥିଲେ। ଶ୍ରଦ୍ଧାଳୁ ଭକ୍ତଙ୍କ ହରିବୋଲ ହୁଳହୁଳି ଓ ନାମସଂକିର୍ତ୍ତନ ଦ୍ୱାରା  ବିଶ୍ୱକଲ୍ୟାଣ ଉଦ୍ୟେଶରେ ସେବାୟତମାନେ ମହାଦୀପକୁ ମନ୍ଦିର ଚୂଡାକୁ ଉଠାଇଥିଲେ। ମହାଦୀପ ମନ୍ଦିର ଚୂଡାରେ ସ୍ଥାପନ ହେବା ପରେ ମଣିବାବାଙ୍କ ପାଖରେ ରାତ୍ର ନୀତିକାନ୍ତଷ୍କରାଯାଇଥିଲା। ଏହି ମହାଦୀପ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ  ହଜାର-ହଜାର ଶ୍ରଦ୍ଧାଳୁମାନଙ୍କ ପୀଠରେ ସମାଗମ ହୋଇଥିଲା । ମନ୍ଦିରର ବରିଷ୍ଠ ସେବାୟତଙ୍କ କହିବା ଅନୁଯାଇ ମଣିବାବାଙ୍କ ମନ୍ଦିରରେ ପରମ୍ପରା ଅନୁଯାଇ ବର୍ଷକୁ ଦୁଇଥର ମହାଶିବରାତ୍ରୀ ଓ ପବିତ୍ର ଦୀପାବଳିରେ ମନ୍ଦିର ଚୂଡାକୁ ମହାଦୀପ ଉଠିଥାଏ । ହେଲେ ଦୀପାବଳିରେ ଯେଉଁ ମହାଦୀପ ମନ୍ଦିର ଚୂଡାକୁ ଉଠିଥାଏ। ତାହା ଅନ୍ୟ କୈାଣସି ଦେବାଳୟରେ ଦେଖିବାକୁ ମିଳିନଥାଏ।  ଏହି ମହାଦୀପରେ ୧୫/୨୦ କିଲୋ ଗାଈଘିଅ, ଏକ ମାଟି ପଲମ ସମେତ ୨କିଲୋ ଚନ୍ଦନ କାଠ, ୧କିଲୋ ଅରୁଆଚାଉଳ  ଓ ୪ ଖଣ୍ଡ ଗାମୁଛାରେ ବଳିତା ତିଆରି ହୋଇଥାଏ । ଏପରିକି ଏହି ମହାଦୀପ ମନ୍ଦର ଚୂଡାରେ ୨ ରୁ ୩ଦିନ ଧରି ଜଳିଥାଏ। ଯାହାକୁ ଦର୍ଶନ କଲେ ସମସ୍ତ ପାତକ କ୍ଷୟ ହୁଏ ବୋଲି ପୀଠରେ ବିଶ୍ୱାସ ରହିଛି। ଏହି ଦୀପାବଳି ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆରଡି ଫାଣ୍ଡି ଅଧିକାରୀ ବ୍ରହକିଶୋର ଦାସଙ୍କ ତତ୍ୱାବୋଧାନରେ ମନ୍ଦି ଭିତର ଓ ବାହର ବେଢାରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ମହାଦୀପ ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Leave A Reply