ଦାୟିତ୍ବ ଗ୍ରହଣ ପରେ ବ୍ରହ୍ମପୁର ଜିଲାପାଳଙ୍କ ପ୍ରଥମ ଅଭିଯୋଗ ଶୁଣାଣି

0

ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ୟ୍ୟାଳୟର ସମ୍ମିଳନୀ ଗୃହରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ପ୍ରତିମାସର ଶେଷ ସୋମବାର ବ୍ରହ୍ମପୁରଠାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି କରାଯାଇଥାଏ । ବିଜୟ ଅମୃତ କୁଲାଙ୍ଗେ ଗଂଜାମ ଜିଲାପାଳ ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ରହ୍ମପୁରରେ ଏହା ତାଙ୍କର ପ୍ରଥମ ଅଭିଯୋଗ ଶୁଣାଣି ଥିଲା । ଏହି ଅଭିଯୋଗ ଶୁଣାଣିରେ ଉପଜିଲାପାଳ ଇ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତି ସିଂ ରାଠୋରଙ୍କ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ବ୍ୟକ୍ତିବିଶେଷ, ସଂଗଠନ ଓ ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରି ସେ ସବୁର ସମାଧାନ ଦିଗରେ ଉଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply