ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ଗଜପତି

0

ପୁରୀ: ଦାରୁବ୍ରହ୍ମଙ୍କୁ ଗୁରୁବାର ଦର୍ଶନ କରିଛନ୍ତି ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ। ପାଟମହାରାଣୀଙ୍କ ସହ ସେ ଦକ୍ଷିଣଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଗର୍ଭଗୃହକୁ ଯାଇ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଦର୍ଶନ କରିଛନ୍ତି।
ଏତଦ୍‌ବ୍ୟତୀତ ସେମାନେ ମହାଲକ୍ଷ୍ମୀ, ବିମଳା, ନୃସିଂହ, ବଟଗଣେଶ, ମଙ୍ଗଳା, କାନପତା ହନୁମାନଙ୍କୁ ଦର୍ଶନ କରିଥିବା ଜଣାପଡିଛି। ମୁକ୍ତିମଣ୍ଡପରେ ଗଜପତି ମହାରାଜା ଏବଂ ମହାରାଣୀ ପ୍ରମାଣ କରିଥିଲେ। ଗଜପତିଙ୍କ ଶ୍ରୀମନ୍ଦିର ପ୍ରବେଶକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

Leave A Reply