ଦାନ୍ତ ପାଇଁ ଦନ୍ତା ଶିକାର

0

ଦେବଗଡ଼: ଦାନ୍ତ ପାଇଁ ଶିକାରୀମାନେ ଦନ୍ତାହାତୀକୁ ମାରି ତାର ଶୁଣ୍ଢକୁ ଫୋଫାଡ଼ି ଦେଇ ଚାଲି ଯାଇଛନ୍ତି। ଦେବଗଡ଼ ଜିଲା ତିଳେଇବଣି ବ୍ଲକ୍‍ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ଘଟିଛି ଏହି ଅଘଟଣ।
ଗୁରୁବାର ସକାଳୁ ଲୋକମାନେ ଦନ୍ତହୀନ ହାତୀର ଥୋଡ଼ପାହାଡ଼କୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଜଙ୍ଗଲ ମଧ୍ୟରୁ ବନବିଭାଗ କର୍ମଚାରୀମାନେ ମୁଣ୍ଡବିହୀନ ହାତୀର ଶରୀର ଓ ଅନ୍ୟସ୍ଥାନରୁ ଥୋଡ଼ପାହାଡ଼ ଉଦ୍ଧାର କରିଥିଲେ। ରେଞ୍ଜର କୁଶଚନ୍ଦ୍ର ସିଂହ ଓ ଫରେଷ୍ଟର କୁଳମଣି ପୁହାଣଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ହାତୀର ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହେବ। ହାତୀଟିକୁ ଦୁଇ ତିନି ଦିନ ତଳେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ସବିଶେଷ ସୂଚନା ମିଳିପାରିବ ବୋଲି ବନ ବିଭାଗ କର୍ତ୍ତୃପକ୍ଷ କହିଛନ୍ତି।

Leave A Reply