ଦାତବ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଚୌଦ୍ୱାର:ନଖରା ପଞ୍ଚାୟତ ଅଙ୍ଗଦରାଡ଼ିହ ଗ୍ରାମସ୍ଥିତ କନକେଶ୍ୱର ଯୁବକ ସଂଘ ପରିସରରେ ଏକ ଦାତବ୍ୟ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଡା. ଉତ୍ତମ ବିଶ୍ୱାଳ, ଡା. ସୁପ୍ରିୟା ମୁଦୁଲି, ଫାର୍ମାସିଷ୍ଟ ଉତ୍କଳ କେଶରୀ ଦାସ,ବିନାୟକ ବେହେରା ପ୍ରମୁଖ ରୋଗୀ ପରୀକ୍ଷା କରିଥିଲେ । ଶିବିରରେ ୫୨ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକୀୟଔଷଧ ପ୍ରଦାନ କରାଯାଇଥିଲା । ଉତ୍କଳ ସେବାକ ସମାଜ ଓ କନକେଶ୍ୱର ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରକୁ ପ୍ରମୋଦ କୁମାର ଓଝା,ଭାରତୀ ମୁଦୁଲି,ରୁଦ୍ର ପ୍ରସାଦ ମହାରଣା,ସଂଜିନ୍ ବେହେରାଙ୍କ ସମେତ କ୍ଲବ୍ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

Comments are closed.