ଦମ୍ପତ୍ତିଙ୍କ ଆତ୍ମହତ୍ୟା

0

ବାସୁଦେବପୁର : ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରାୟ ଛଅ ମାସ ପୂର୍ବେ ବିବାହ କରିଥିବା ଦମ୍ପତ୍ତି ଆତ୍ମହତ୍ୟା କରିଥବା ସୂଚନା ମିଳିଛି। ମୃତ ଦମ୍ପତ୍ତି ହେଲେ ରଞ୍ଜନ ମଳିକ ଓ ଗୀତା ମଳିକ । ଉଭୟଙ୍କ ବୟସ ୨୦ ରୁ ୨୪ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ତେବେ ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ଛଅ ମାସ ପୂର୍ବେ ପ୍ରେମ ବିବାହ କରିଥିଲେ। ରବିବାର ଦିନ ସେମାନଙ୍କ ଉଠିବାରେ ବିଳମ୍ବ ହେବାରୁ ତାଙ୍କ ମାଆ ବହୁବାର ଡ଼ାକିଥିଲେ। ମାତ୍ର ସେମାନେ କୌଣସି ଉତ୍ତର ନ ଦେବାରୁ ତାଙ୍କ ମାଆ ପାଖ ପଡ଼ୋଶୀଙ୍କୁ ଡ଼ାକିଥିଲେ। ଏହାପରେ ଘରର କବାଟ ଭାଙ୍ଗିବାରୁ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply