ଥାନା ତରଫରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ

0

ବ୍ରହ୍ମପୁର: କୋଦଳା ଥାନା ତରଫରୁ ଅଞ୍ଚଳର ୪୫ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋଦଳା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ । ବୃଦ୍ଧ ବାପାମାଆଙ୍କୁ ଛାଡ଼ି ପିଲାମାନେ ଅନ୍ୟ ସ୍ଥାନରେ ରହୁଛନ୍ତି । ସମାଜ ତଥା ନିଜର ପିଲାମାନଙ୍କର ଭବିଷ୍ୟତ ପାଇଁ ପୁରା ଜୀବନ ବିତାଇ ଦେଇଥିବା ବୃଦ୍ଧ ପିତାମାତାଙ୍କ ସୁରକ୍ଷା ନିମନ୍ତେ କୌଣସି ନିୟମର ଆବଶ୍ୟକତା ନାହିଁ । ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇବା ପ୍ରତି ନାଗରିକଙ୍କ ନୈତିକ ଦାୟିତ୍ୱ ଅଟେ । ବରିଷ୍ଠ ନାଗରିକମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ରହିବାକୁ ପରାମର୍ଶ ଦେବା ସହ ଥାନା ଅଧିକାରୀ ସେମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏସଆଇ ଓମପ୍ରକାଶ ପାତ୍ର, ଏସଆଇ ଏସଏସ.ଲୁଗୁନ, ଏଏସଆଇ ଲୋକନାଥ ବେହେରା, ରାଇଟର କେଦାରନାଥ ବିଶ୍ୱାଳଙ୍କ ସମେତ ସମସ୍ତ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply