ଢେଙ୍କିକୋଟ ଓ ପିପିଳିଆରେ ବନ୍ଦ ସଫଳ

ପାଟଣା : କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡସ ପକ୍ଷରୁ ବିଭିନ୍ନ ସାମଗ୍ରୀ ପରେ କେନ୍ଦ୍ର ସରକାର ଲଗାଇଥିବା ଜିଏସଟି କୁ ସମୀକ୍ଷା ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଦେଶର ୪୦ ହଜାର ସଂଗଠନ ଦାବିକୁ ସମର୍ଥନ କରି ବନ୍ଦ ରେ ସାମିଲ ହୋଇଛନ୍ତି । ଅନୁରୂପ ଭାବେ ଢେଙ୍କିକୋଟ ବଣିକ ସଂଘ ପକ୍ଷରୁ ମଧ୍ୟ ଆଜି ଏଠାରେ ବନ୍ଦ ପାଳନ କରାଯାଇଥିଲା। ବଣିକ ସଂଘ ସଭାପତି ରାଜକିଶୋର ସାହୁ , ସଂପାଦକ ଲଲାଟେନ୍ଦୁ ସାହୁ,  ରାମଚନ୍ଦ୍ର ସାହୁ, ଫଜିଲ କରିମ, ଚିତ୍ତରଞ୍ଜନ ସାହୁ, ରବିନ୍ଦ୍ର କୁମାର ମହାପାତ୍ର, ନିଶିକାନ୍ତ ସେଠୀ, ଅଜୟ ବେଜ, ରାଜେନ୍ଦ୍ର ଭୁତଡା , ମହେଶ୍ବର ସାହୁ ଓ ଲକ୍ଷ୍ମୀଧର ସାହୁ ପ୍ରମୁଖ ପ୍ରତିବାଦ ସଭା କରିଥିଲେ । ସମସ୍ତ ପ୍ରକାର ଯାନବାହାନ ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଥିଲା । ସେହିପରି ପିପିଳିଆରେ ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

Comments are closed.