ଜାତୀୟ ମାଷ୍ଟର୍ସ ଜଳକ୍ରୀଡ଼ା : ୨ ସ୍ୱର୍ଣ୍ଣ ସହ ୪ ପଦକ ଜିତିଲେ ଲକ୍ଷ୍ମୀ ମହାକୁଡ଼

0

କଟକ: ଆନ୍ଧ୍ର ପ୍ରଦେଶସ୍ଥିତ କୁର୍ଣ୍ଣଲ୍‍ ଡିଏସ୍‍ଏ ସନ୍ତରଣାଗାରରେ ଗତ ୨୭ ଓ ୨୮ ଦୁଇଦିନ ଧରି ଜାତୀୟ ମାଷ୍ଟର୍ସ ଜଳକ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ଲକ୍ଷ୍ମୀଚରଣ ମହାକୁଡ ୨ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ବିଜୟୀ ହୋଇ ଚମତ୍କାର ସଫଳତା ହାସଲ କରିଥିଲେ। ଲକ୍ଷ୍ମୀ ସନ୍ତରଣର ୫୦ ଓ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୫୦ ମିଟର ବଟର ଫ୍ଲାଏ ଏବଂ ୫୦ ମିଟର ବ୍ୟାକ୍‍ ଷ୍ଟ୍ରୋକ୍‍ରେ ରୌପ୍ୟ ଜିତିବାକୁ ସକ୍ଷମ ହୋଇଥିଲେ। ସୂଚନାଯୋଗ୍ୟ; ଲକ୍ଷ୍ମୀଚରଣ ବର୍ତ୍ତମାନ ରେଳବାଇରେ ସନ୍ତରଣ ପ୍ରଶିକ୍ଷକ ଭାବେ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଅବସ୍ଥାପିତ।

Leave A Reply