ଛୁଟିରେ ଥାଇ ବି ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲେ ଏହି ସେନା ଅଧିକାରୀ

0

ତିରୁଭାନନ୍ତପୁରମ୍‍: ଛୁଟିରେ ଥାଇ ବି ଜଣେ ସେନା ଅଧିକାରୀ କେରଳର ରିଲିଫ୍‍ ଓ ଉଦ୍ଧାର ଅଭିଯାନର ନେତୃତ୍ୱ ନେଇଥିଲେ। ତାଙ୍କ ଉଦ୍ୟମ ଯୋଗୁଁ ଶତାଧିକ ଜୀବନ ବଞ୍ଚିଯାଇଛି। କେରଳର ବନ୍ୟା ବିତ୍ପାତ କମିବା ପରେ ସେନା ଅଧିକାରୀଙ୍କ କାରନାମା ପଦାକୁ ଆସିଛି।
ମେଜର ହେମନ୍ତ ରାଜ ନାମ ଏହି ୨୮ ମାଡ୍ରାସ୍‍ ସପ୍ତଶକ୍ତି କମାଣ୍ଡର ସେନା ଅଧିକାରୀ ଓନମ୍‍ରେ କେରଳର ଚେଙ୍ଗାନୁର ସ୍ଥିତ ନିଜ ପରିବାର ସହିତ ସାମିଲ୍‍ ହେବା ପାଇଁ ଛୁଟି ଆବେଦନ କରିଥିଲେ। ଛୁଟି ମଞ୍ଜୁର ହେବା ପରେ ବିମାନରେ କେରଳ ଯିବା ପାଇଁ ଦିଲ୍ଲୀ ଆସିଥିଲେ। କିନ୍ତୁ କେରଳର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବିମାନ ବାତିଲ୍‍ ହୋଇଯାଇଥିଲା। ଶେଷରେ ଏକ ଘରୋଇ କମ୍ପାନୀର ବିମାନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ସେନା ପୋଷାକରେ ଥିବାରୁ ତାଙ୍କ ଅନୁରୋଧ ରକ୍ଷା କରି ବିମାନ କର୍ତ୍ତୃପକ୍ଷ ମେଜରଙ୍କୁ କେରଳ ନେଇଯାଇଥିଲେ।
ସେଠାରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟରେ ମୁତୟନ ଥିବା ବାୟୁସେନା ବାହିନୀର ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ମେଜର ରାଜଙ୍କ ଅନୁରୋଧକ୍ରମେ ତାଙ୍କୁ ଚେଙ୍ଗାନୁରରେ ଏୟାର ଡ୍ରପ କରାଯାଇଥିଲା। ସେତେବେଳକୁ ସେହି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇସାରିଥିଲା। ମେଜର ରାଜ୍‍୍‍ଙ୍କ ପରିବାର ଏକ ରିଲିଫ୍‍ କ୍ୟାମ୍ପରେ ଆଶ୍ରୟ ନେଇଥିବା ଜଣାପଡ଼ିଥିଲା। ସେଠାକାର ଦୁର୍ଦଶା ଦେଖିବା ପରେ ସେ କିଛି ଅବସରପ୍ରାପ୍ତ ସୈନିକ, ଛାତ୍ର ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନେଇ ଏକ ଟିମ୍‍ ଗଠନ କଲେ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଗରୱାଲ୍‍ ରାଇଫଲ୍‍ ଟିମ୍‍ ସ୍ଥାନୀୟ ଭାଷା ଜାଣିନଥିବାରୁ କିଛିଟା ସମସ୍ୟାରେ ଥିଲେ। ମେଜର ରାଜ୍‍ଙ୍କ ଟିମ୍‍ର ସଦସ୍ୟମାନେ ଗରୱାଲ୍‍ ରାଇଫ୍‍ଲ୍‍ର ପ୍ରତି ୟୁନିଟ୍‍ ସହିତ ସାମିଲ୍‍ ହୋଇ ଉଦ୍ଧାର କାର୍ଯ୍ୟକୁ ସହଜ କରିଥିଲେ। ମେଜର ରାଜ୍‍ଙ୍କ ଟିମ୍‍ ଦୈନିକ ୧୦ ଟନ୍‍ ଖାଦ୍ୟସାମଗ୍ରୀ ବିପନ୍ନଙ୍କ ପାଖରେ ପହଞ୍ଚାଉଥିଲେ। ତାଙ୍କ କାର୍ଯ୍ୟ ସୋସିଆଲ୍‍ ମିଡିଆରେ ପୋଷ୍ଟ ହେବା ପରେ ପରିବାର ଲୋକେ ତାଙ୍କ ସହିତ ଯୋଗାଯୋଗ କରିଥିଲେ। ଧୀରେ ଧୀରେ ମୋବାଇଲ୍‍ ଟାୱାର ଅକାମୀ ହୋଇ ଆସୁଥିଲା। ତେଣୁ ପାୱାର ବ୍ୟାଙ୍କ ଓ ହାଇପାୱାର ବୋଟ୍‍ ଯୋଗାଇ ଦେବାକୁ ସେ ରେଡିଓ ଜକିଙ୍କ ସାହାରା ନେଇଥିଲେ। ପ୍ରସିଦ୍ଧ ଗାୟିକା ଉଷା ଉଥ୍‍ଥାପ୍ପାଙ୍କ ଝିଅ ଅଞ୍ଜଳି ଉଥୁପ୍‍ ଏହି କ୍ଷେତ୍ରରେ ମେଜରଙ୍କୁ ସହାୟତା କରିଥିଲେ।

Leave A Reply