ଛତିଶଗଡ ସରକାରଙ୍କ ଠାରୁ ଶିକ୍ଷନ୍ତୁ ରାଜ୍ୟ ସରକାର; ପିସିସି ସଭାପତି

0

ଭୁବନେଶ୍ବର: ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ବୈଠକ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଚାଷୀଙ୍କ ପାଇଁ ଦରଦ ନାହିଁ, କେବଳ ଲୋକପ୍ରିୟତା ହାସଲ କରିବାକୁ ସମସ୍ତେ ଇଚ୍ଛୁକ । କଂଗ୍ରେସ ଶାସନକୁ ଆସିଲେ କୃଷି ଋଣ ଛାଡ କରିବ । ରାଜ୍ୟ ସରକାର ଚାଷୀଙ୍କୁ ବୋନସ ଦିଅନ୍ତୁ । ରାଜ୍ୟ ସରକାର ଛତିଶଗଡ ସରକାରଙ୍କ ଠାରୁ କିଛି ଶିକ୍ଷା ଗ୍ରହଣ କରନ୍ତୁ ବୋଲି ନିରଞ୍ଜନ କହିଛନ୍ତି । ବିଧାନସଭାରେ ଏମଏସପି ୨୯୩୦ ଟଙ୍କା ପାଇଁ ସଂକଳ୍ପ ପାରିତ ହୋଇଥିଲା । ନିର୍ବାଚନ ପୂର୍ବରୁ ସରକାର ଏମଏସପି ବୃଦ୍ଧି କରନ୍ତୁ ବୋଲି ନିରଞ୍ଜନ ଦାବି କରିଛନ୍ତି । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନ କଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave A Reply