ଚିଲେଇବାରୁ ପିଲାଙ୍କ ପାଟିରେ ସେଲୋ ଟେପ୍‍ ଲଗାଇଲେ ଶିକ୍ଷୟିତ୍ରୀ

0

ଗୁଡ଼ଗାଁଓ : ଗୁଡ଼ଗାଁଓର ଏକ ଘରୋଇ ସ୍କୁଲର ନର୍ସରୀ ପିଲାମାନେ ଚିଲାଇବାରୁ ଶିକ୍ଷୟିତ୍ରୀ ପିଲାଙ୍କ ପାଟିରେ ସେଲୋଟେପ୍‍ ଲଗାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରୁ ସ୍କୁଲ ପିଲାଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରେ ଅସନ୍ତୋଷ ଅଭିଭାବକଙ୍କ ଅଭିଯୋଗ କ୍ରମେ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ଶନିବାର ଘଟଣା ବିଷୟରେ ସୂଚନା ଦେଇଛନ୍ତି।
ଘଟଣା ଅକ୍ଟୋବର ମାସରେ ବୋଲି ଜଣାପଡିଛି। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପିଲାଙ୍କ ଅଭିଭାବକମାନେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏନେଇ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଭିଡିଓରେ ଶିକ୍ଷୟିତ୍ରୀ ଜଣଙ୍କ ଦୁଇ ଜଣ ପିଲାଙ୍କ ପାଟିରେ କଳା ରଙ୍ଗର ସେଲୋଟେପ୍‍ ଲଗାଉଥିବା ଦେଖିବାକୁ ମିଳୁଛି।

Leave A Reply