ଚିକେନ ଦମ୍‍ ମସଲା

0

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
ଦହି – ୧କପ
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପେସ୍ତା ବାଦାମ, କାଜୁ – ୮ଟି
ଗରମ ମସଲା – ୨ ଚାମଚ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ପରେ ଗ୍ୟାସରେ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରି ପିଆଜକୁ ଭାଜନ୍ତୁ। ଭଲ ଭାବେ ଭାଜି ହୋଇଗଲେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। କାଜୁ , ପେସ୍ତା ବାଦାମକୁ ପେଷି ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଧୁଆ ହୋଇ ରହିଥିବା ଚିକେନରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଦହି, ଭଜା ପିଆଜ, ଲୁଣ, ଅଦା ରସୁଣ ବଟା, କାଜୁ ପେସ୍ତା ବାଦାମ ପେଷା, ଗରମ ମସଲା, କଟା ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ୧ ରୁ ୨ ଘଣ୍ଟା ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ଏହା ପରେ କଡ଼େଇରେ ଏହି ମିଶ୍ରଣକୁ ପକାଇ ୧୦ ରୁ ୧୫ ମିନିଟ ବସାନ୍ତୁ। ୧୫ ମିନିଟ ପରେ ଏହାକୁ ଥରେ ଗୋଳାଇ ଦେଇ ସାମାନ୍ୟ ପାଣି ଦେଇ ୧୦ ମିନିଟ ବସାନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ ।

Leave A Reply