ଚଳିତବର୍ଷ ଶେଷରେ ବିବାହ କରିବେ ରଣବୀର-ଦୀପିକା

0

ନୂଆଦିଲ୍ଲୀ : ଚଳିତବର୍ଷ ଶେଷ ଆଡକୁ ବିବାହ କରିବେ ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ। ଦୀପବୀରଙ୍କ ବିବାହ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ମୁମ୍ବଇ ମିରର ରିପୋର୍ଟ ମୁତାବକ, ଆସନ୍ତା ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ରଣବୀର ଓ ଦୀପିକାଙ୍କ ବିବାହ ଲାଗି ସେମାନଙ୍କ ପରିବାର ଲୋକେ କେତୋଟି ତାରିଖ ଠିକ୍‌ କରିଛନ୍ତି। ସେହିପରି ବିବାହ ସ୍ଥାନ ଭାରତ ଓ ବିଦେଶରେ ହେବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଦୀପିକା ସାନ ଭଉଣୀ ଅନିଷା ଓ ମା’ ଉଜଲାଙ୍କ ସହ ମିଶି ଶପିଂ ଆରମ୍ଭ କରିଦେଲେଣି। ଅପରପକ୍ଷରେ ବିବାହ ନେଇ ରଣବୀରଙ୍କ ତରଫରୁ ସ୍ପଷ୍ଟ କରାଯାଇନାହିଁ। ସମ୍ପ୍ରତି ଦୀପିକା ଭିଶାଲ ଭରଦ୍ୱାଜଙ୍କ ଫିଲ୍ମ ଶୁଟିଂ ଆରମ୍ଭ କରିଥିବାବେଳେ ରଣବୀର ଜୋୟା ଅଖତାରଙ୍କ ଚଳଚ୍ଚିତ୍ର ‘ଗଲି ବଏ’ ଶୁଟିଂରେ ବ୍ୟସ୍ତ ଅଛନ୍ତି।

Leave A Reply