ଗ୍ୟାସ ସିଲିଣ୍ଡର ଫାଟି ୪ ଆହତ

0

ଝାରସୁଗୁଡା: ଗ୍ୟାସ ସିଲିଣ୍ଡର ଫାଟି ୪ଜଣ ଆହତ ହୋଇଛନ୍ତି। ଝାରସୁଗୁଡା ସହରର ସର୍ବାହାଲରେ ଭଡା ଘରେ ରହୁଥିବା ରାସବିହାରୀ ଦାସଙ୍କ ଘରେ ଆଜି ଗ୍ୟାସ ସିଲିଣ୍ଡର ସଂଯୋଗ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଇଣ୍ଡିଆନ ଗ୍ୟାସ ଏଜେନ୍ସିର ଦୁଇ ଜଣ ବ୍ୟକ୍ତି ଗ୍ୟାସ ସଂଯୋଗ କରୁଥିବା ବେଳେ ସିଲିଣ୍ଡର ଫାଟି ଯାଇଥିଲା। ଫଳରେ ଏଜେନ୍ସିର ଦୁଇ ଜଣ ବ୍ୟକ୍ତି ରବି ବାରିକ(୪୫) ଓ ଶୈଳେନ୍ଦ୍ରରାମ ଦାସ(୩୬) ଗୁରୁତର ହୋଇଛନ୍ତି। ଘରେ ଥିବା ଅନ୍ୟ ଦୁଇ ଜଣ ରାଜେଶ କୁମାର(୩୫) ଓ ମାତାଜୀ ପାଣି(୭୦) ଆହତ ହୋଇଛନ୍ତି। ଆହତ ମାନଙ୍କୁ ପ୍ରଥମେ ଝାରସୁଗୁଡା ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରେ ପୁଲିସ ଓ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Leave A Reply