ଗ୍ରାମସାଥୀ ନିଯୁକ୍ତିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ; ଜଣେ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲା କୋଟଗଡ ବ୍ଲକ ସାର୍ତୁଲ ଗ୍ରାମ ପଂଚାୟତରେ ଗ୍ରାମ ସାଥୀ ନିଯୁକ୍ତି ନେଇ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଗୋଣ୍ଡଗୋଳ ହେବା ସହ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।ଏନେଇ କୋଟଗଡ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ତଦନ୍ତ କରୁଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଗ୍ରାମସାଥୀ ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ଆଜି ସରପଂଚଙ୍କ ଅଧ୍ୟକ୍ଷତାରେ ଚନୟ ପ୍ରକ୍ରିୟା ଚାଲିଥିଲା। ଉକ୍ତ ପଦବୀ ପାଇଁ ରଂଜନ ଚାଲାଣସେଠଙ୍କ ପତ୍ନୀ ଓ ସାମୁଏଲ ବଡସେଠଙ୍କ ପତ୍ନୀ ମଧ୍ୟ ପ୍ରାର୍ଥୀ ଥିଲେ। ଏହି ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ଶତୃତା ଥିଲା। ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉଭୟ ରଂଜନ ଚାଲାଣସେଠ୍ ଓ ସାମୁଏସ ବଡସେଠ୍ ମଧ୍ୟରେ ଗଣ୍ଡୋଗୋଳ ହେବା ସହ ହାତାହତି ହୋଇଥିଲା। ରଂଜନଙ୍କ ମାଡରେ ସାମୁଏଲ ଗୁରୁତର ହୋଇଥିଲେ। ପ୍ରଥମେ ତାଙ୍କୁ କୋଟଗଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ପରେ ତାଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାମୁଏଲ ଏନେଇ ଏକ ଲିଖିତ ଅଭିଯୋଗ କୋଟଗଡ ଥାନାରେ ଦେଇଥିବା ବେଳେ ପୁଲିସ୍ ଏନେଇ ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ହରମୋହନ ନାୟକ ସୂଚନା ଦେଇଛନ୍ତି ।  ଅନ୍ୟପକ୍ଷରେ ଅନ୍ୟ ଗୋଷ୍ଠି ମଧ୍ୟ ଏତଲା ଦେଇଥିବାର ଜଣାଯାଇଛି।

Comments are closed.