ଗୌହାଟି ପାନ ବଜାରରେ ବିସ୍ଫୋରଣ, ୪ ଗୁରୁତର

0

ଗୌହାଟି: ଆସାମର ଗୌହାଟିରେ ଶନିବାର ଅପରାହ୍ନରେ ବିସ୍ଫୋରଣ ହୋଇଛି । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳକୁ ସିଲ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ଶୁକ୍ଳେଶ୍ବର ଘାଟର ପାନ ବଜାର ନିକଟରେ ହୋଇଛି । ବିସ୍ଫୋରଣ ସ୍ଥଳରେ ଇଟା ଖଣ୍ଡ ବିଛାଡି ହୋଇ ପଡିଥିବା ଦେଖିବାକୁ ମିଳିଛି ।

ବିସ୍ଫୋରଣର ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର  ଲୋକେ ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ । ଲୋକେ ଦୋକାନ ବଜାର ବନ୍ଦ କରି ଦୌଡିବା ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ବିସ୍ଫୋରଣର କାରଣ ଜଣାପଡ଼ି ନଥିବା ବେଳେ ଏଯାବତ୍ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହିଁ । ତେଣୁ ଏହା ଆତ୍ମଘାତୀ ବିସ୍ଫୋରଣ ନୁହେଁ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ।

Leave A Reply