ଗୋ ହିଂସା ରୋକିବାକୁ ଉତ୍ତରାଖଣ୍ଡରେ ଜାରି ହେବ ହେଲ୍ଫ ଲାଇନ୍‍

0

ନୈନିତାଲ୍‍: ଗୋ ଚାଲାଣ ଜନିତ ହିଂସା ସମ୍ପର୍କରେ ତ୍ୱରିତ ସୂଚନା ଦେବା ପାଇଁ ଉତ୍ତରାଖଣ୍ଡ ଗୋ ସେବା ଆୟୋଗ ଖୁବ୍‍ ଶୀଘ୍ର ଏକ ହେଲ୍ଫ ଲାଇନ୍‍ ନଂ ଜାରି କରିବ। ଆୟୋଗର ଅଧ୍ୟକ୍ଷ ନରେନ୍ଦ୍ର ସିଂହ ରାୱତ୍‍ ଏହି ସୂଚନା ଦେଇଛନ୍ତି। ଗାଈଗୋରୁଙ୍କୁ ହିଂସାରୁ ରକ୍ଷା କରିବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ବୋଲି ଉତ୍ତରାଖଣ୍ଡ ହାଇକୋର୍ଟ କହିବା ପରେ ଏହି ହେଲ୍ପ ଲାଇନ୍‍ ନଂ ଜାରି କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟର ୧୩ଟି ଜିଲା ପାଇଁ ଆୟୋଗ ପକ୍ଷରୁ ଗୋ ସଂରକ୍ଷକ ନିଯୁକ୍ତ କରାଯିବ। ପ୍ରାଣୀ ହିଂସା ନିୟନ୍ତ୍ରଣ ସମିତି ଜରିଆରେ ଏହି ନିଯୁକ୍ତି ଦିଆଯିବ। ସେମାନେ କେବଳ ହିଂସା ସମ୍ପର୍କରେ ସୂଚିତ କରିପାରିବେ। ହିଂସା ରୋକିବାକୁ ହସ୍ତକ୍ଷେପ କରିପାରିବେ ନାହିଁ।

Leave A Reply