ଗୋଷ୍ଠୀ ସଂଘର୍ଷ; ୧୨ ଆହତ

0

ଆନନ୍ଦପୁର/ଘସିପୁରା: ରାଜନୈତିକ ଆକ୍ରୋଶକୁ କେନ୍ଦ୍ରକରି ଗୁରୁବାର ମଧ୍ୟାହ୍ନରେ ଆନନ୍ଦପୁର ୧ନଂ ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ପଟରୁ ୧୨ଜଣ ଯୁବକ ଆହତ ହୋଇଛନ୍ତି। ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିବାରୁ ପୁଲିସ ମୁତୟନ କରାଯାଇଛି। ମଧ୍ୟାହ୍ନରେ ଆନନ୍ଦପୁରର ୧ନଂ ବସ୍‍ଷ୍ଟାଣ୍ଡରେ ପୌର ପରିଷଦର
ମାର୍କେଟ କମ୍ପେ୍ଲକ୍ସ ସମ୍ମୁଖରେ ଥିବା ପଡ଼ିଆରେ ଘସିପୁରା ଅଞ୍ଚଳର କିଛି ଯୁବକ କଥାବାର୍ତ୍ତା ହେଉଥିବାବେଳେ ସେଠାରେ ବାରିଗାଁ, ବେଲବାହାଳି ଓ ଗୁହାଳିଆ ଅଞ୍ଚଳର କିଛି ଯୁବକ ପହଞ୍ଚି ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମାଡ ମାରିଥିଲେ। ଘଟଣା ଜଣାପଡିବା ପରେ ଘସିପୁରା ଅଞ୍ଚଳରୁ ବହୁ ସଂଖ୍ୟାରେ ଯୁବକ ସେଠାରେ କ୍ରମଶଃ ଆସି ପହଞ୍ଚିବା ସହ ମାଡ ମାରିଥିବା ଯୁବକଙ୍କୁ ଖୋଜିଥିଲେ। ସେମାନଙ୍କ ମଧ୍ୟରୁ ଚାରିଜଣ ମାର୍କେଟ୍‍ କମ୍ପେ୍ଲକ୍ସର ନିର୍ଦିଷ୍ଟ ଗୋଟିଏ ଘରେ ବସିଥିବା ଜାଣିପାରି ଘସିପୁରାର ଯୁବକମାନେ ସେଠାରେ ପହଞ୍ଚି ସେମାନଙ୍କୁ ମାଡମାରି ସେଠାରୁ ଘଉଡାଇ ଦେଇଥିଲେ। ପରେ ଘସିପୁରା ଥାନାରୁ ଗୋଟିଏ ପୁଲିସ୍‍ ଦଳ ସେଠାରେ ପହଞ୍ଚି ଉପସ୍ଥିତ ଲୋକଙ୍କୁ ସେଠାରୁ ତଡିବାକୁ ଉଦ୍ୟମ କରିବାରୁ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଯୁବକମାନେ ସେଠାରୁ ଚାଲିଯାଇଥିଲେ। ହେଲେ ସନ୍ଧ୍ୟାରେ ପୁଣି ଏହା ଉଗ୍ରରୂପ ଧାରଣ କରିଥିଲା। ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ରୂପ ଧାରଣ କରିବା ସହ ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀଙ୍କୁ ହାଣି ପକାଇଥିଲେ। ଏଥିରେ ୬ଜଣ ଗୁରୁତର ଆହତ ହୋଇଥିଲେ। ସେମାନେ ହେଲେ ଘସିପୁରା ଥାନା ଗୁହାଳିଆ ଅଞ୍ଚଳର
ସତ୍ୟବ୍ରତ ଜେନା (୨୬), ସୁବ୍ରତ ଜେନା (୩୦), ତପନ ଜେନା (୩୮), ସୁଶାନ୍ତ ଜେନା (୪୦), ବେଲବାହାଳୀର ଦୀପୁ ସେଠୀ (୨୭), ଶାଳପଡ଼ାର ରଞ୍ଜନ ଜେନା (୩୦)। ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Leave A Reply