ଗଭୀର ଅବପାତର ରୂପ ନେଲା ତିତଲି: ପ୍ରବଳ ବର୍ଷା ଆଶଙ୍କା

0

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣବଳୟ ତିତଲି ଭୟଙ୍କର ବାତ୍ୟାର ରୂପ ନେବା ପରେ ଏବେ କ୍ରମଶଃ ଦୁର୍ବଳ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍‍ର ସୂଚନା ଅନୁଯାୟୀ ଏବେ ତିତଲି ଫୁଲବାଣୀଠାରୁ ଉତ୍ତର-ପୂର୍ବ ୬୦ କିମି ଦୂରରେ ରହିଛି। ଏହାର ପ୍ରଭାବରେ ରାଜ୍ୟର ୧୦ଟି ଜିଲାରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି। ବାଲେଶ୍ୱର, ଭଦ୍ରକ, କେନ୍ଦୁଝର,ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କଟକରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply