କ୍ରେମଲିନ କପ୍‍: କାସାତ୍‍କିନା ଚମ୍ପିଆନ

0

ମସ୍କୋ,୨୧ା୧୦: ରୁଷର ଡାରିଆ କାସାତ୍‍କିନା ଚଳିତବର୍ଷ କ୍ରେମଲିନ କପ୍‍ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‍ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ କାସାତ୍‍କିନା ୨-୬, ୭-୬, ୬-୪ ସେଟ୍‍ରେ ଟ୍ୟୁନିସିଆର ଓନ୍‍ସ ଜାବିଉରଙ୍କୁ ପରାସ୍ତ କରିଛନ୍ତି। କ୍ୟାରିୟରରେ ପ୍ରଥମ ଥର କୌଣସି ଡବ୍ଲ୍ୟୁଟିଏ ଟୁର୍ଣ୍ଣାମେଣ୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ଜାବିଉର ପ୍ରଥମ ସେଟ୍‍କୁ ୬-୨ରେ ଜିତିବା ସହ ଦ୍ୱିତୀୟ ସେଟ୍‍ରେ ଏକଦା ୪-୧ ଗେମରେ ଆଗୁଆ ରହିଥିଲେ। ତେବେ କାସାତ୍‍କିନା ଉନ୍ନତ ଖେଳ ପ୍ରଦର୍ଶନ କରି ଏହି ସେଟ୍‍କୁ ଟାଇବ୍ରେକରରେ ଜିତିବା ସହ ତୃତୀୟ ସେଟ୍‍କୁ ୬-୪ ହାତେଇ ନେଇଥିଲେ।

Leave A Reply