କୈଳାସ ମାନସରୋବର ଯାତ୍ରା ପୂର୍ବରୁ ରାହୁଲ୍‍ କଣ ଖାଇଥିଲେ?

0

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି କୈଳାସ ମାନସରୋବର ଯାତ୍ରା ପୂର୍ବରୁ ଏକ ରେଷ୍ଟୁରାଣ୍ଟରେ ଆମିଷ ଭୋଜନ କରିଥିଲେ ବୋଲି ଅଭିଯୋଗ ଆସିବା ପରେ ସମ୍ପୃକ୍ତ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷଙ୍କୁ ଏହାର ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି।
କୈଳାସ ମାନସରୋବର ଯାତ୍ରା ପୂର୍ବରୁ ନେପାଳର ଏକ ରେଷ୍ଟୁରାଣ୍ଟରେ ରାହୁଲ୍‍ ଗାନ୍ଧି ବିଶ୍ରାମ ନେଇଥିଲେ। ସେଠାରେ ସେ ଚିକେନ୍‍ କୁରୁକୁରେ ଓ ମୋମୋସ୍‍ ଅର୍ଡର ଦେଇଥିଲେ ବୋଲି କୁହାଯାଉଥିଲା। ରେଷ୍ଟୁରାଣ୍ଟର ଜଣେ କର୍ମଚାରୀଙ୍କ ସୂଚନା ଆଧାରରେ ନେପାଳର ଏକ ୱେବ୍‍ସାଇଟ୍‍ ଉପରୋକ୍ତ ସମ୍ବାଦ ପରିବେଷଣ କରିଥିଲା।ଏହାପରେ ସାମ୍ବାଦିକମାନେ ଉକ୍ତ ରେଷ୍ଟୁରାଣ୍ଟକୁ ଘନଘନ ଫୋନ କରି ରାହୁଲ୍‍ଙ୍କ ମେନୁ ବିଷୟରେ ଜାଣିବାକୁ ଚାହିଁଥିଲେ। ଶେଷରେ ବାଧ୍ୟହୋଇ ରେଷ୍ଟୁରାଣ୍ଟ ପକ୍ଷରୁ ରାହୁଲ୍‍ଙ୍କ ମେନୁ ତାଲିକା ଦେବାକୁ ପଡ଼ିଥିଲା। ରେଷ୍ଟୁରାଣ୍ଟରେ ରହିବା ସମୟରେ ରାହୁଲ୍‍ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରିଥିଲେ ବୋଲି ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ କହିଛନ୍ତି।

Leave A Reply