କେରଳରେ ବନ୍ୟା, ଦକ୍ଷିିଣ ଭାରତରେ ମରୁଡ଼ି

0

ଥିରୁଭାନନ୍ତପୁରମ୍‍: କେରଳରେ ପ୍ରବଳ ବର୍ଷାରେ ସୃଷ୍ଟ ବନ୍ୟା ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି। ଅପରପକ୍ଷରେ ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ଏବେ ମରୁଡ଼ି ଦେଖାଦେଇଛି। ମୌସୁମୀର ଏହି ଅସ୍ୱାଭାବିକତା ଏବେ ଚିନ୍ତାର କାରଣ ହୋଇଥିବା ପରିବେଶ ବିଶେଷଜ୍ଞମାନେ କହିଛନ୍ତି।
ତାମିଲନାଡ଼ୁ, କର୍ଣ୍ଣାଟକ, ତେଲେଙ୍ଗାନାର ୯୫ଟି ଜିଲା ସମେତ ରାୟଲସୀମାରେ ସ୍ୱାଭାବିକଠାରୁ ୨୦% କମ୍‍ ବର୍ଷା ହୋଇଛି। ସେଥିମଧ୍ୟରୁ କେତେକ ଜିଲାରେ ୬୦%ରୁ କମ୍‍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏପରିକି କର୍ଣ୍ଣାଟକର ଗୋଟିଏ ଅଞ୍ଚଳରେ ବର୍ଷା ଓ ବନ୍ୟା ବିତ୍ପାତରେ ଧନଜୀବନ ହାନି ହୋଇଥିବା ବେଳେ ଅନ୍ୟ ପାଶ୍ୱର୍ରେ ସ୍ୱାଭାବିକଠାରୁ କମ୍‍ ବର୍ଷା ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ ଭାରତରେ କେବଳ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ଏଥିରେ କେରଳର ଅବଦାନ ସର୍ବାଧିକ ରହିଛି। ଗୁଜରାଟ ସମେତ ଉତ୍ତରପଶ୍ଚିମ ଭାରତରେ ୬.୭% କମ୍‍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଉଲ୍ଳେଖନୀୟ ହେଲା ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ୨୮.୩% କମ୍‍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଦେଶର ସାମଗ୍ରିକ ସ୍ଥିତିକୁ ହିସାବକୁ ନେଲେ ସ୍ୱାଭାବିକଠାରୁ ହାରାହାରି ୭ % କମ୍‍ ବର୍ଷା ହୋଇଛି।

Leave A Reply