କେନାଲରେ ବୁଡ଼ି ୨ ମୃତ

0

ନିମାପଡା: ପୁରୀ ଜିଲା ନିମାପଡ଼ା ଥାନା ଅଞ୍ଚଳର ପୃଥକ ସ୍ଥାନରେ କେନାଲରେ ବୁଡି ଜଣେ ଯୁବକ ଓ ନାବାଳିକାର ମୃତ୍ୟୁ ଘଟିଛି। ଛେନୁଅଁ ଗ୍ରାମର ପ୍ରକାଶ ବାରିକ(୪୨) ଶନିବାର ବିଳମ୍ବିତ ରାତ୍ରରେ ନିମାପଡାରୁ ଘରକୁ ଫେରୁଥିବା ବେଳେ ଅଣ୍ଢିଆସାହି କେନାଲ ବ୍ରିଜ ନିକଟରେ ଭାରସାମ୍ୟ ହରାଇ କେନାଲ ପାଣି ଭିତରକୁ ପଶି ଯାଇଥିଲେ। ଆଜି ସକାଳେ ପାଣିରୁ ତାଙ୍କ ଶବ ଉଦ୍ଧାର କରାଯାଇଥିଲା। ସେହିପରି ନିକଟସ୍ଥ ସର୍ବାପଡା ବେହେରା ସାହି ଅଜା ଘରେ ରହୁଥିବା ୮ବର୍ଷର ବାଳିକା ରାଜଲକ୍ଷ୍ମୀ ବେହେରାଙ୍କ କେନାଲ ପାଣିରେ ବୁଡି ମୃତ୍ୟୁ ହୋଇଛି। ରାଜଲକ୍ଷ୍ମୀ ସର୍ବାପଡା ଗ୍ରାମ ମୁଣ୍ଡରେ ଥିବା ଦୋକାନକୁ ସଉଦା ନେବାକୁ ଆସୁଥିବା ବେଳେ କେନାଲ ପୋଲରୁ ତଳକୁ ଖସି ପଡିଥିଲା। ସେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ କେନାଲ ପାଣିରେ ଖୋଜାଖୋଜି କରି ରାଜଲକ୍ଷ୍ମୀକୁ ଉଦ୍ଧାର କରି ନିମାପଡା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply