କାଶ୍ମୀରର ପାରମ୍ପରିକ ଖାଦ୍ୟ

କେତେକ ପାରମ୍ପରିକ ଖାଦ୍ୟ କାଶ୍ମୀରରେ ଖୁବ ପ୍ରସିଦ୍ଧ। ସଭିଏଁ ହୁଏତ ଏହା ବିଷୟରେ ଜାଣି ନଥିବେ। ଜାଣନ୍ତୁ ସେହି ଖାଦ୍ୟ ବିଷୟରେ….
କାଶ୍ମୀର ପଲାଉ –
ଏଠାରେ ପ୍ରସ୍ତୁତ ହେଉଥିବା କାଶ୍ମୀର ପଲାଉ ସୁନ୍ଦର ବାସ୍ନାର ବାସୁମତୀ ଚାଉଳକୁ କ୍ଷୀର, ଚିନି ଓ ଡ଼୍ରାଏ ଫ୍ରୁଡ୍ସକୁ ପକାଇ ପ୍ରସ୍ତୁତ କରାଯାଏ। ଖାଇବାକୁ ଏହା ଖୁବ ସୁଆଦିଆ।
ଆମିଷ ପ୍ରେମୀ ମାନେ ସାଧାରଣତଃ ବାସୁମତୀ ଚାଉଳରେ ମଟନ ପକାଇ ପୁଲାଉ ପ୍ରସ୍ତୁତ କରି ଖାଇଥାଆନ୍ତି।
ନଦଋ ୟଖିନା –
ଏହା ଏକ ଶାକାହାରୀ କାଶ୍ମୀର ବ୍ୟଞ୍ଜନ ଅଟେ। ଏହା ଦହି, ଅଦା, ତେଜପତ୍ର ଆଦି ପକାଇ ଏହାକୁ ପ୍ରସ୍ତୁତ କରାଯାଏ। ଖାଇବାକୁ ଏହା ଖୁବ ସୁଆଦିଆ।
ୟୋଗର୍ଟ କରୀ –
ଦହି ସହ ଗୋଲମରିଚ, ଗୁଜୁରାତି, ପିଆଜ ବଟା ଆଦି କେତେ ପ୍ରକାର ଦ୍ରବ୍ୟକୁ ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ। ଏହା ଖୁବ ସ୍ୱାଦିଷ୍ଟ ଓ ଏହାର ବାସ୍ନା ମଧ୍ୟ ଖୁବ ଭଲ। ୟୋଗର୍ଟ କରୀ ପ୍ରସ୍ତୁତ କରିବା ପରେ ଏହାଉପରେ ଶୁଖିଲା ପୁଦିନା ପତ୍ର ମଧ୍ୟ ପକାଯାଏ।
ମଟନ ରୋଗନ ଜୋଶ –
ଏହା କାଶ୍ମୀରର ଏକ ପ୍ରସିଦ୍ଧ ବ୍ୟଞ୍ଜନ। ଏହାକୁ ମଟନ ସହ ଭଜା ପିଆଜ, ବିଭିନ୍ନ ପ୍ରକାରର ମସଲା ଦହି ପକାଇ ପ୍ରସ୍ତୁତ କରାଯାଏ। ଏଥିରେ କାଶ୍ମୀର ଲଙ୍କା ଗୁଣ୍ଡ ପକାଇବା ପରେ ଏହାର ରଙ୍ଗରେ ପରିବର୍ତ୍ତନ ଆସେ ଓ ସ୍ୱାଦ ବଢିଯାଏ।
ମଟନ ରୀଷ୍ଟା –
ଏହି ବ୍ୟଞ୍ଜନ ବିଶେଷ କରି ଥଣ୍ଡା ସମୟରେ ଓ ସ୍ୱତନ୍ତ୍ର ସମୟରେ ପ୍ରସ୍ତୁତ କରାଯାଏ। ଏହି ବ୍ୟଞ୍ଜନ ମସଲା ଯୁକ୍ତ , ଦହି ଓ ବୋନଲେସ୍‍ ମଟନରେ ପ୍ରସ୍ତୁତ କରାଯାଏ। ଖାଇବାକୁ ମଧ୍ୟ ଏହା ଖୁବ ସୁଆଦିଆ।
ହାକ –
ହାକ ଦେଖିବାକୁ ପାଳଙ୍ଗ ଶାଗ ଭଳି। ଏହାକୁ ପ୍ରସ୍ତୁତ କରିବାକୁ ସୋରିଷ ତେଲର ବ୍ୟବହାର କରାଯାଏ। ସୋରିଷ ତେଲରେ ମସଲା ପକାଇ ପାଳଙ୍ଗ ଶାଗକୁ ୩୦ ମିନିଟ ଯାଏଁ ପ୍ରସ୍ତୁତ କରାଯାଏ। ଖାଇବାକୁ ଏହି ବ୍ୟଞ୍ଜନ ସୁଆଦିଆ ଓ ସ୍ୱାସ୍ଥ୍ୟକର।
କାଶ୍ମୀର ଶାଗ –
ଏହି ପ୍ରକାରର ବ୍ୟଞ୍ଜନକୁ ସାଧାରଣତଃ ଶୀତଦିନରେ ଅଧିକ ଖାଇବାକୁ ମିଳିଥାଏ। ପିଆଜ, ଟମାଟୋ, କଞ୍ଚା ଲଙ୍କା, ମସଲା ଆଦି ପକାଇ ପ୍ରସ୍ତୁତ କରାଯାଏ। ଏହା ମଧ୍ୟ ଖାଇବାକୁ ଖୁବ ସୁଆଦିଆ।

Comments are closed.