କାରାଗାରରେ କଏଦୀଙ୍କ ଦକ୍ଷତା ବୃଦ୍ଧି ନେଇ ନିଆଯିବ ପଦକ୍ଷେପ, ସ୍ବାବଲମ୍ବୀ ହେବା ପାଇଁ ଦିଆଯିବ ପ୍ରଶିକ୍ଷଣ

ଚୌଦ୍ୱାର :କାରାଗାରରେ ରହୁଥିବା ବନ୍ଦୀ ମାନଙ୍କ ଦକ୍ଷତା ବିକାଶ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚି , ଜେଲ ଡିଜି ମନୋଜ ଛାବ୍ରା, ଡିଆଇଜି ଶୁଭକାନ୍ତ ମିଶ୍ର ପ୍ରମୁଖ ଚୌଦ୍ୱାର କାରାଗାର ପରିଦର୍ଶନ କରି ରହୁଥିବା କଏଦୀ ମାନଙ୍କ ବିଭିନ୍ନ ସମସସ୍ୟା ନେଇ ଆଲୋଚନା କରିଥିଲେ। ଜଣେ କଏଦୀ ଜେଲରୁ ବାହାରିବା ପରେ ନିଜର ଜୀବିକା ଅର୍ଜନ ସହିତ ପରିବାରର ଭରଣପୋଷଣ ପାଇଁ ଅର୍ଥ ଉପାର୍ଜନ ନିମିତ୍ତ ଦରକାର ହେଉଥିବା ଦକ୍ଷତା ବୃଦ୍ଧି ଦିଗରେ ଜେଲରେ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବାଗଚି ସୂଚନା ଦେଇଥିଲେ।

 

କଏଦୀ ମାନଙ୍କ ନଜସ୍ୱ ପ୍ରତିଭା ଓ ଆଗ୍ରହକୁ ଦୃଷ୍ଟିରେ ସେମାନଙ୍କ ବିଭିନ୍ନ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇ ସେମାନଙ୍କ ସ୍ୱାବଲମ୍ବି କରିବାରେ ପଦକ୍ଷେପ ନିଆଯିବ। ଚୌଦ୍ୱାର ଜେଲ ଓଡ଼ିଶାର ବୃହତମ ଜେଲ ହୋଇଥିବାରୁ ଏହାର ଭିତ୍ତିଭୂମିକୁ ଅନୁଧ୍ୟାନ କରି ବିଭିନ୍ନ ଦକ୍ଷତା ବିକାଶ ବୈଷୟିକ ତାଲିମ ଶାଖା ମାନ ଖୋଲାଯାଇ କଏଦୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଚୌଦ୍ୱାର ଜେଲ ଆରକ୍ଷୀ ଅଧିକ୍ଷକ ପ୍ରଦୀପ୍ତ ବେହେରା, ଜେଲର ବିଭୁଦେନ୍ଦୁ ଭୁୟାଁ, ସ୍ଥାନୀୟ ତହସିଲଦାର ଅଜୟ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.