କାବୁଲରେ ଜଣେ ଭାରତୀୟଙ୍କ ସମେତ ୩ବିଦେଶୀଙ୍କୁ ହତ୍ୟା

0

ନୂଆଦିଲ୍ଲୀ: ଆଫଗାନିସ୍ଥାନ ରାଜଧାନୀ କାବୁଲରେ ଆତଙ୍କବାଦୀମାନେ ଜଣେ ଭାରତୀୟଙ୍କ ସମେତ ୩ଜଣ ବିଦେଶୀଙ୍କୁ ହତ୍ୟା କରିଛନ୍ତି। ଏହି ବ୍ୟକ୍ତିମାନେ କାବୁଲସ୍ଥିତ ଏକ ଇଣ୍ଟରନ୍ୟାସନାଲ କମ୍ପାନୀରେ କାର୍ଯ୍ୟରତ ଥିଲେ। ମୃତ ୩ଯୁବକଙ୍କ ମଧ୍ୟରୁ ଭାରତୀୟ(୩୯), ମାଲେସିଆ ନାଗରିକ(୬୪) ଓ ଅନ୍ୟଜଣେ ମେକନୋନିୟନ(୩୭) ଅଟନ୍ତି। ଆତଙ୍କବାଦୀମାନେ ପ୍ରଥମେ ଏହି ୩ବିଦେଶୀଙ୍କୁ ଅପହରଣ କରିଥିଲେ। ପରେ ସେମାନଙ୍କୁ ହତ୍ୟା କରାଯାଇ ଥିର୍ଲା। ୩ଜଣ ବ୍ୟକ୍ତିଙ୍କୁ କମ୍ପାନୀ ପକ୍ଷରୁ ଏକ ଗାଡ଼ିରେ କୌଣସି କାର୍ଯ୍ୟରେ ପଠା ଯାଇଥିବାବେଳେ ଏଭଳି ଘଟଣା ଘଟିଥିଲା। ସେମାନଙ୍କ ମୃତଦେହ ଗାଡ଼ି ମଧ୍ୟରୁ ଉଦ୍ଧାର କରିଛି କାବୁଲ ପୁଲିିସ। କାବୁଲର ପୁଲ-ଏ-ଚକ୍କି ପିଡି-୯ନିକଟରୁ ଅପହରଣ କରାଯାଇଥିଲା। ମୃତଦେହ ନିକଟରୁ ମିଳିଥିବା ପରିଚୟ ପତ୍ରରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିଛି।

Leave A Reply