କଲମଛାଡ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଲା: ଲୋକେ ହନ୍ତସନ୍ତ

0

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକରେ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ନିଜ ନିଜର କାମ ନେଇ ବ୍ଲକ ଅଫିସକୁ ଦୂରଦୂରାନ୍ତରରୁ ଆସୁଥିବା ଲୋକମାନେ ଅସନ୍ତୋଷ ହୋଇ ଫେରିଯାଉଛନ୍ତି। ଅଫିସର ସବୁ ଚୌକି ଖାଲି ପଡିଛି । ଆନ୍ଦୋଳନରେ ସବୁ କର୍ମଚାରୀ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଶୁକଳ ଗ୍ରାମପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ବଳଙ୍କୁ  ବ୍ଲକ କାର୍ୟ୍ୟାଳୟ ପରିସରରେ କିଛି ଲୋକ ଧକ୍କା ମାରିବା ସହ ଅଶ୍ଳୀଳ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପ୍ରଭାତ ଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୁକ୍ତଙ୍କୁ ଗିରଫ କରାନଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସୁରକ୍ଷାର ବ୍ୟବସ୍ଥା ଦାବିରେ ସର୍ବସମ୍ମତି କ୍ରମେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି ବୋଲି ଜଣା ପଡିଛି । ବିଡିଓଙ୍କ ଅନୁପସ୍ଥିତ ହେତୁ ଅତିରିକ୍ତ ବିଡିଓ ସାରଦା ପ୍ରସନ୍ନ ମହାନ୍ତି ଏହି ଆନ୍ଦୋଳନରେ ସାମିଲ ଅଛନ୍ତି।

Leave A Reply