କଲକାତା ରେଳ ଭବନରେ ଅଗ୍ନିକାଣ୍ଡ : ୭ ଜଣଙ୍କର ମୃତ୍ୟୁ

କଲକାତା : କଲକାତାର ଷ୍ଟାଣ୍ଡ ରୋଡ ସ୍ଥିତ ରେଳ ଭବନରେ ଅଗ୍ନିକାଣ୍ଡ ଘଟି  ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ ୪ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ରେଳ କର୍ମଚାରୀ ଏବଂ ଜଣେ ପୁଲିସ କର୍ମଚାରୀ ଅଛନ୍ତି। ୧୩ ମହଲା କୋଠାର ଓପର ମହଲାରେ ନିଆଁ ଲାଗିଛି। ଅଗ୍ନିଶମ ବାହିନୀର ୧୭ଟି ଇଞ୍ଜିନ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।  ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି।

କୋଇଲାଘାଟ ବିଲ୍ଡିଂ ଭାବେ ପରିଚିତ ଏହି କୋଠା ହୁଗୁଳି ନଦୀ କୂଳରେ ଅବସ୍ଥିତ। ଏଠାରେ ଇଷ୍ଟର୍ଣ୍ଣ ରେଳବାଇର ଅଫିସ ଚାଲିଥିଲା। ଆଜି ସଂନ୍ଧ୍ୟାରେ ଏହି ନିଆଁ ଲାଗିଥିଲା। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତି ପ୍ରାୟ  ୧୦ଟା ୩୦ ମିନିଟରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଗ୍ନି ସେବା ମନ୍ତ୍ରୀ ସୁଜିତ ବୋଷ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମୃତ ଦେହ ଚିହ୍ନଟ କରାଯାଉଥିବା କହିଛନ୍ତି।

Comments are closed.