କନଭେନର ବେଲ୍ଟରେ ଫସି ଶ୍ରମିକ ମୃତ

0

ଝାରସୁଗୁଡ଼ା: ବ୍ରଜରାଜନଗର ସ୍ଥିତ ବୁନ୍ଦିଆ ଭୂତଳ କୋଇଲାଖଣିରେ ଅଘଟଣ ଘଟିଛି । କନଭେନର ବେଲ୍ଟରେ ଫସି କୋଇଲାଖଣି ଶ୍ରମିକ ଦୀନବନ୍ଧୁ କାଞ୍ଜିଙ୍କ ମୃତ୍ୟୁ ହୋଇଛି । ଦୀନବନ୍ଧୁ ଆଜି ସକାଳେ ୯.୩୦ ଟାରେ ପ୍ରାୟ କାମ କରିବାକୁ ଯାଇଥିଲେ। ସେଠାରେ କନଭେନର ବେଲ୍ଟ ଆରମ୍ଭ କରିଥିଲେ । ମାତ୍ର ସେ ନିଜେ ବେଲ୍ଟରେ ଫସି ଯାଇଥିଲେ । କୋଇଲାଖଣିରେ ଶ୍ରମିକ କମ୍ ଥିବାରୁ ସେ ନିଜେ ବେଲ୍ଟ କୁ ଚଲେଇ ଥିଲେ ମାତ୍ର ବେଲ୍ଟ କୁ ବନ୍ଦ କରିବାକୁ କୌଣସି ଶ୍ରମିକ ନଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ମୃତ ଦୀନବନ୍ଧୁଙ୍କ ଘର ତାଳଚେରରେ ବୋଲି ଜଣାପଡିଛି ।  ବ୍ରଜରାଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ମୃତ ଦୀନବନ୍ଧୁଙ୍କ ଶବ ଉଦ୍ଧାର ଜାରି ରହିଛି ।

Leave A Reply