ଓଡ଼ିଶା କ୍ରିକେଟ ଦଳର ନୂତନ କୋଚ୍‌ ରଶ୍ମୀରଞ୍ଜନ ପରିଡ଼ା

0

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଦଳର ନୂତନ କୋଚ୍‌ ଭାବେ ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ରଶ୍ମୀରଞ୍ଜନ ପରିଡ଼ା ଶନିବାର ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ଓଡ଼ିଶା କ୍ରିକେଟ ଦଳର ନୂତନ କୋଚ୍‌ ଥିବା ଦେବାଶିଷ ମହାନ୍ତିଙ୍କୁ ଶୁକ୍ରବାର ଜାତୀୟ ଜୁନିୟର ଦଳର ଚୟନକର୍ତ୍ତା ଭାବେ ନିଯୁକ୍ତି ଦିଆଯାଇଛି ।

ରଶ୍ମୀରଞ୍ଜନ ପରିଡ଼ା ୧୯୯୪ ମସିହାରେ କ୍ରିକେଟ ଜୀବନ ଆରମ୍ଭ କରି ୨୦୦୮ ପର୍ୟ୍ୟନ୍ତ ଓଡ଼ିଶା ପକ୍ଷରୁ ରଣଜୀ ସହିତ ବିଭିନ୍ନ ଘରୋଇ କ୍ରିକେଟ୍‌ ଖେଳିଥିଲେ । ପରେ ୨୦୦୮ଓ ୨୦୦୯ ମସିହାରେ ଆସାମ, ୨୦୧୦ରୁ ୨୦୧୩ ପର୍ୟ୍ୟନ୍ତ ରାଜସ୍ଥାନ, ୨୦୧୩ରୁ ୨୦୧୪ ବିଦର୍ଭ ଓ ୨୦୧୪ରୁ ୨୦୧୫ ପର୍ୟ୍ୟନ୍ତ ହିମାଚଳ ପ୍ରଦେଶ ପାଇଁ ରଣଜୀ ମ୍ୟାଚ୍ ଖେଳିଥିଲେ ।

Leave A Reply