ଏୟାରଟେଲ୍‌କୁ ଟପି ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଜିଓ

ମୁମ୍ବଇ . – ଏୟାରଟେଲ୍‌କୁ ଅତିକ୍ରମ କରି ଜିଓ ଭାରତର ଦ୍ୱିତୀୟ ବୃହତ ଉପଭୋକ୍ତା ଥିବା କମ୍ପାନୀ ହୋଇ ପାରିଛି। ସରକାରଙ୍କର ମେ ମାସର ପ୍ରକାଶ ପାଇଥିବା ରିପୋର୍ଟରେ ଏହି ତଥ୍ୟ ଦର୍ଶାଯାଇଛି । ରିଲାଏନସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଜିଓ ୟୁନିଟ ଭାରତୀ ଏୟାରଟେଲ୍‌ର ଉପଭୋକ୍ତା ସଂଖ୍ୟାକୁ ଅତିକ୍ରମ କରି ଭାରତର ଦ୍ୱିତୀୟ ବୃହତ ଉପଭୋକ୍ତା(ସବସ୍କ୍ରାଏବର୍‌) ଥିବା ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ କମ୍ପାନୀ ହୋଇ ପାରିଛି ।

ଜିଓ ଏସିଆର ସର୍ବଶ୍ରେଷ୍ଟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ନିୟନ୍ତ୍ରୀତ । ୨୦୧୬ ମସିହାରେ ଏହାକୁ ଲଞ୍ଚ କରାଯାଇଥିଲା । ମେ ମାସ ସୁଦ୍ଧା ୮.୨ ମିଲିଅନ୍‌ ବା ୮୨୦ ଲକ୍ଷ ବ୍ୟବହାରକାରୀ ଅଛନ୍ତି ।

ଭୋଡାଫୋନ୍‌ ଆଇଡିଆର ଏବେ ସର୍ବାଧିକ ୩୮୭.୬ ମିଲିଅନ୍‌ ବ୍ୟବହାରକାରୀ ଅଛନ୍ତି ।

Comments are closed.