ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ

0


ଶ୍ରୀନଗର: କାଶ୍ମୀରର ପୁଲୱାମା ଜିଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତଙ୍କ ମଧ୍ୟରେ ମୋଷ୍ଟୱାଣ୍ଟେଡ୍‍ ଜାକିର ମୁସା ରହିଥିବା ଜଣାପଡ଼ିଛି।
ପୁଲୱାମା ଜିଲାର ଆରାମପୋରା ଗ୍ରାମର ଅୱନ୍ତିପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇ ଶନିବାର ସକାଳୁ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ୍‍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚାଳନା କରିଥିଲେ। ସୁରକ୍ଷା କର୍ମୀଙ୍କ ଗୁଳିରେ ମୁସା ସମେତ ଅନ୍ୟୁନ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ହିଜ୍‍ବୁଲ୍‍ ମୁଜାହିଦ୍ଦିନ ସଂଗଠନ ଛାଡ଼ି ମୁସା କିଛି ବର୍ଷ ତଳେ ଅଲ କାଏଦାର ଶାଖା ସଂଗଠନ ଅନସାର ଘାଜୱାତ ଇଲ୍‍ ହିନ୍ଦରେ ଯୋଗ ଦେଇଥିଲା।

Leave A Reply