ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ବ୍ୟାଡ୍‍ମିଣ୍ଟନ ଟାଇଟଲ

0

ଭୁବନେଶ୍ୱର: ଓଡ଼ିଆ ବ୍ୟାଡ୍‍ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ହାସଲ କରିଛନ୍ତି ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ। ଗ୍ରୀସ୍‍ରେ ଚାଲିଥିବା ହେଲାସ୍‍ ଓପନ ବ୍ୟାଡ୍‍ମିଣ୍ଟନ ପ୍ରତିଯୋଗିତାର ମହିଳା ଡବଲ୍‍ସ ବିଭାଗରେ ଭାରତର ପ୍ରତିନିଧିତ୍ୱ କରିଥିବା ଋତୁପର୍ଣ୍ଣା ଓ ଆରତି ସାରା ସୁନୀଲ ଯୋଡ଼ି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ଫାଇନାଲରେ ଋତୁପର୍ଣ୍ଣା- ଆରତି ଯୋଡ଼ି ୨୧-୧୯ ଓ ୨୧-୧୨ ପଏଣ୍ଟରେ ଫ୍ରାନ୍‍ସର ହେରିୟୁ ବିମାଲା-ଲାମ୍ବର୍ଟ ମାର୍ଗଟ ଯୋଡ଼ିଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି। ସେମିଫାଇନାଲରେ ଋତୁପର୍ଣ୍ଣା-ଆରତି ସାରା ସୁନୀଲ ଯୋଡ଼ି ୨୧-୧୪, ୧୫-୨୧ ଓ ୨୧-୧୫ ଗେମ୍‍ରେ ଇଂଲଣ୍ଡର ଆବିଗିଲ୍‍ ହୋଲଡେନ ଓ ଲିଜି ଟୋଲମ୍ୟାନଙ୍କୁ ପରାସ୍ତକରି ଫାଇନାଲକୁ ଉନ୍ନୀତ ହୋଇଥିଲେ। ଜାତୀୟସ୍ତରରେ ଏକାଧିକ ସଫଳତା ହାସଲ କରିଥିବା ଋତୁପର୍ଣ୍ଣା ଅଗଷ୍ଟରେ ଇଣ୍ଡୋନେସିଆରେ ଆୟୋଜିତ ଏସୀୟ କ୍ରୀଡ଼ାରେ ପ୍ରଥମ ଓଡ଼ିଆ ଭାବେ ଅଂଶଗ୍ରହଣ କରିଥିଲେ। ଗ୍ରୀସ୍‍ରେ ହେଲାସ୍‍ ଓପରେ ଡବଲ୍‍ସ ଚମ୍ପିଆନ ହୋଇ ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ ସହ ଓଡ଼ିଶା ବ୍ୟାଡ଼ମିଣ୍ଟନରେ ନୂତନ ଇତିହାସ ସୃଷ୍ଟି କରିଛନ୍ତି।

Leave A Reply