ଆହୁରି ଖସିଲା ଟଙ୍କା

0

ମୁମ୍ବଇ: ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆହୁରି ହ୍ରାସ ପାଇ ୭୪.୨୭ରେ ପହଞ୍ଚିଛି। ମଙ୍ଗଳବାର ସକାଳୁ ଆନ୍ତଃବିନିମୟ ବଜାରରେ କାରବାର ଆରମ୍ଭ ହେବା ପରେ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ଆସିଥିଲା। ରପ୍ତାନୀକାରୀମାନେ ଅଧିକ ଡଲାର ବଜାରକୁ ଛାଡ଼ିବାରୁ ଟଙ୍କାମୂଲ୍ୟ ଡଲାର ତୁଳନାରେ ୭୩.୯୩ରୁ ବୃଦ୍ଧି ପାଇ ୭୩.୮୮ରେ ପହଞ୍ଚିଥିଲା। କିନ୍ତୁ ପରେ ପରେ ପୁଣି ଥରେ ହ୍ରାସର ଧାରା ଆରମ୍ଭ ହୋଇଥିଲା। ଅପରାହ୍ଣରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ ସ୍ତର ୭୪.୨୭କୁ ହ୍ରାସ ପାଇଥିଲା। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଓ ଡଲାର ଚାହିଦା ଯୋଗୁଁ ଟଙ୍କା ମୂଲ୍ୟ ହ୍ରାସ ପାଇଥିବା ବିଶେଷଜ୍ଞମାନେ କହିଛନ୍ତି।

Leave A Reply