ଆସିଲା ଶୀତ, ଫୁଲବାଣୀରେ ୧୦କୁ ଖସିଲା ପାରଦ

0

ଭୁବନେଶ୍ୱର: ଦିନର ତାପମାତ୍ରା ଅଧିକ ରହୁଥିଲେ ହେଁ ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ଖସୁଛି। ଉପକୂଳ ଅଞ୍ଚଳରେ ତାପମାତ୍ରା ଅଧିକ ରହୁଥିବାବେଳେ ଦକ୍ଷିଣ ଓ ପଶ୍ଚିମରେ କ୍ରମଶଃ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ଇତିମଧ୍ୟରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୦ଡ଼ିଗ୍ରୀ ସେଲସିୟସରେ ପହଞ୍ଚିଥିବା ରେକର୍ଡ଼ କରାଯାଇଛି। ରାଜ୍ୟର ୭ଟି ସ୍ଥାନରେ ପାରଦ ୧୫ ଡ଼ିଗ୍ରୀ ତଳକୁ ଖସିଥିବାବେଳେ ୧୮ଟି ସ୍ଥାନରେ ୨୦ ଡ଼ିଗ୍ରୀ ତଳେ ରହିଛି। କୋରାପୁଟରେ ୧୨, ଦାରିଙ୍ଗବାଡ଼ିରେ ୧୩, କେନ୍ଦୁଝରଗଡ଼ ଓ ଭବାନିପାଟଣାରେ ୧୪ରୁ ୧୫ଡ଼ିଗ୍ରୀ ମଧ୍ୟରେ ଥିବାବେଳେ ଟିଟିଲାଗଡ଼ ଓ ଝାରସୁଗୁଡ଼ାରେ ୧୫ଡ଼ିଗ୍ରୀ ରହିଛି। କଟକ ଓ ଭୁବନେଶ୍ୱରରେ ରାତିରେ ସର୍ବନିମ୍ନ ତାପମାତ୍ରା କମିବା ସହିତ ଶୀତ ଅନୁଭୂତ ହେଲାଣି। ଆଜି କଟକ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୯ କୁ ଖସିଛି। ବାୟୁ ପ୍ରବାହ ଦିଗ ବଦଳିବା କାରଣରୁ ଶୀତ ଅନୁଭୂତ ହେଉଛି। ତେବେ ଆସନ୍ତା ୨୪ଘଣ୍ଟା ପରେ ପାଗରେ ପରିବର୍ତ୍ତନ ଘଟିବା ସହିତ ଲଘୁଚାପ କାରଣରୁ ତାପମାତ୍ରାରେ ପରିବର୍ତ୍ତନ ଘଟିବାର ସମ୍ଭାବନା ରହିଛି।

Leave A Reply