ଆର୍‍ପି ସିଂହ କାରାଗାର ଡିଜି

0

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଆଇପିଏସ୍‍ସ୍ତରରେ କେତେକ ଅଦଳବଦଳ କରାଯାଇଛି। ରାଜ୍ୟ କାରଗାର ଅତିରିକ୍ତ ମହାନିର୍ଦେଶକ ଦାୟିତ୍ୱରେ ଥିବା ବିନୟାନନ୍ଦ ଝାଙ୍କୁ ଗୃହବିଭାଗକୁ ଅଣାଯାଇଥିବାବେଳେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୮୪ ବ୍ୟାଚ୍‍ର ଆଇପିଏସ୍‍ ଅଫିସର ଆର୍‍. ପି. ସିଂହଙ୍କୁ ତାଙ୍କ ସ୍ଥାନରେ ତଥା ରାଜ୍ୟ କାରାଗାର ମହାନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୨୦୦୦ ବ୍ୟାଚ୍‍ର ଆଇପିଏସ୍‍ ଅଫିସର ଯତୀନ୍ଦ୍ର କୋଏଲଙ୍କୁ କ୍ରାଇମବ୍ରାଞ୍ଚ, କେନ୍ଦ୍ରୀୟ ବ୍ୟୁରୋ ଓ ଏସ୍‍ଟିଏଫ୍‍ର ଆଇଜି ଭାବେ, ସୂର୍ୟ୍ୟ ଥାଙ୍କପାନ୍‍ଙ୍କୁ ଭିଜିଲାନ୍‍ସ୍‍ ଡିଆଇଜି, ହିମାଂଶୁ କୁମାର ଲାଲଙ୍କୁ ଏସ୍‍ଏପି ଡିଆଇଜି, ବରିଷ୍ଠ ଓପିଏସ୍‍ ପ୍ରଭାକର ସ୍ୱାଇଁଙ୍କୁ ବୈରୀସ୍ଥିତ ପିଟିଆଇ ଏସ୍‍ପି ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ବରିଷ୍ଠ ଓପିଏସ୍‍ ଶ୍ରୀକୃଷ୍ଣ ବେହେରାଙ୍କୁ ଭୁବନେଶ୍ୱର ମେରାଇନ୍‍ ଏଆଇଜି ଭାବେ ଇନ୍‍ଚାର୍ଜରେ ରଖାଯାଇଛି।

Leave A Reply