ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଦିବସ; ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମର ଶୁଭାରାମ୍ଭ

0

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୨ତମ ଜନ୍ମ ଦିବସ । ଏହି ଦିନକୁ ପଂଚାୟତିରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ କରାଯାଉଛି । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ କରିବା ସହ ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମର ଶୁଭାରାମ୍ଭ କରିଛନ୍ତି । ରାଜ୍ୟ ସଚିବାଳୟରୁ ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକରେ ଉପସ୍ଥିତ ଥିବା ପଂଚାୟତ ପ୍ରତିନିଧି ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଗାଁର ବିଭିନ୍ନ ସମସ୍ୟାକୁ ବିଷୟରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

Leave A Reply