ଆମେରିକା ସେନାକୁ ମାଇକ୍ରୋସଫ୍ଟ ଯୋଗାଇବ ଥ୍ରୀ-ଡି ହୋଲୋଲେନସ୍‌

0

ନ୍ୟୁୟର୍କ . – ଆମେରିକା ସେନାକୁ  ମାଇକ୍ରୋସଫ୍ଟ ହୋଲୋଲେନ୍ସ ଯୋଗାଇବ । ଏହା ଏକ ପ୍ରକାରରର ହାଇ ଟେକ୍‌ ସ୍ମାର୍ଟ ରିଅଲିଟି ହେଡ୍‌ ଗିଅର୍‌ । ଯୁଦ୍ଧ ସମୟରେ ଓ ଆତଙ୍କବାଦୀ ଆକ୍ରମଣ ସମୟରେ ବେଶ୍‌ ଉପଯୋଗୀ ହେବ । ସମସ୍ତ ବସ୍ତୁର ଥ୍ରୀ-ଡି ଛବିକୁ ଏହା ପ୍ରଦର୍ଶନ କରିବ । ଏଥିପାଇଁ ମାଇକ୍ରୋସଫ୍ଟ ଆମେରିକାର ସେନା ସହ ୪୮୦ ମିଲିଅନ ଆମେରିକୀୟ ଡଲାରର  ରାଜିନାମା କରିଛି ।

ମ୍ୟାଜିକ  ଲିପ୍‌ ଓ ଅନ୍ୟ କେତକ ରିଅଲିଟି ହେଡ୍‌ଗିୟର କମ୍ପାନୀ ଆମେରିକାର ସେନାକୁ ଏହି ରିଅଲିଟି ହେଡ୍‌ଗିଅର ଯୋଗାଇବା ପାଇଁ ଆବେଦନ କରିଥିଲେ । ଆସନ୍ତା ୨ ବର୍ଷ ପାଇଁ ମାଇକ୍ରୋସଫ୍ଟ ଏହି ହେଡ୍‌ଗିଅର ଆମେରିକାର ସେନାକୁ ଯୋଗାଇବ । ଆମେରିକାର ସେନାକୁ ଦୁଇ ବର୍ଷ।ରେ ୨,୫୦୦ଟି ହେଡ୍‌ ଗିଅର ଯୋଗାଇ ଦେବ ।

Leave A Reply