ଆନ୍ଧ୍ର ପଥର ଖାଦାନ ବ୍ଲାଷ୍ଟିଂ ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

0

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର କୁର୍ନୁଲ୍‌ ପଥର ଖାଦାନ ବିସ୍ଫୋରଣରେ ଆଉ ଜଣେ ଓଡ଼ିଶା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥିସହିତ ଏହି ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତକଙ୍କ ନାମ ରାମଚନ୍ଦ୍ର ନାହକ। ରାମଚନ୍ଦ୍ରଙ୍କ ଘର ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୨ ଅନ୍ତର୍ଗତ ବି ଟି ନୂଆଗାଁ। ଦୁର୍ଘଟଣା ପରେ ସେ ବିଶାଖାପାଟଣାର କିଙ୍ଗ ଜର୍ଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ କାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ବିନା ମୂଲ୍ୟରେ ସମସ୍ତ ପ୍ରକାର ଚିକିତ୍ସା ପାଇଁ ସରକାରୀ ଘୋଷଣା ସତ୍ତ୍ବେ ସେମାନଙ୍କ ଠାରୁ ଚିକିତ୍ସା ପାଇଁ ଏପରିକି ରକ୍ତ ପାଇଁ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଅର୍ଥ ଦାବି କରିଥିବା ଅଭିଯୋଗ ହୋଇଛି। ରାମଚନ୍ଦ୍ରଙ୍କ ପୂର୍ବରୁ ବି ଟି ନୂଆଗାଁର ୪ ଜଣ, ଝାରେଡି ରାଧା ଗୋବିନ୍ଦପୁର ଗାଁର ଜଣେ ଓ ଡିଆଁଡିଇଁ ଗାଁର ଜଣେ, ଏପରି ମୋଟ ୬ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

Leave A Reply