ଆଜି ଶେଷହେବ ବିଧାନସଭା !

0

ଭୁବନେଶ୍ବର: ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟ ଦିବସର ଅବ୍ୟବହିତ ପୂର୍ବରୁ ଶେଷ ହେବା ସୂଚନା ମିଳିଛି। ଗତ ୪ ତାରିଖରେ ଅଧିବେଶନ ଆରମ୍ଭ ହୋଇଥିଲା। ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଶୁକ୍ରବାର ଅଧିବେଶନ ସମାପ୍ତ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କୌଣସି ଦିନ ବିଧାନସଭା ଠିକ ଭାବେ ଚାଲି ପାରିନାହିଁ।
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଅଧିକ ଆଲୋଚନା ହୋଇପାରି ନଥିବାବେଳେ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ବାଧାପ୍ରାପ୍ତ ହୋଇଛି। ବିରୋଧୀଙ୍କ ଅନୁପସ୍ଥିତିରେ ୨୦୧୯-୨୦ ଆର୍ଥିକବର୍ଷର ପ୍ରଥମ ଚାରିମାସ ପାଇଁ ଲେଖାନୁଦାନ ଉପସ୍ଥାପିତ ହୋଇଛି। ଗୃହରେ ଅସ୍ବାଭାବିକ ଅବସ୍ଥା ଲାଗି ରହିଥିବାବେଳେ ଶୁକ୍ରବାର ବ୍ୟୟମଞ୍ଜୁରି ବିଧେୟକ ପାରିତ କରି ଗୃହକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯିବ ବୋଲି ସୂଚନା ମିଳିଛି।

ଆଜି ଆସିବ ବ୍ୟୟ ମଞ୍ଜୁରି ବିଲ୍‍

ରାଜ୍ୟ ବିଧାନସଭାରେ ଆସିବ ବ୍ୟୟ ମଞ୍ଜୁରି ବିଲ୍‍। ଆଜି ଗୃହରେ କାମଚଳା ବଜେଟ୍‍ ଆଗତ କରିବାକୁ ଯାଇ ସରକାର ଲେଖାନୁଦାନ ଉପସ୍ଥାପନ କରିଥିଲେ। ବଜେଟରେ ରଖାଯାଇଥିବା ବିଭିନ୍ନ ବ୍ୟୟ ବରାଦ ଓ ଖର୍ଚ୍ଚ ଦାବିକୁ ଅନୁମୋଦନ ଦେବା ପାଇଁ ବ୍ୟୟ ମଞ୍ଜୁରି ବିଲ୍‍ ଉପସ୍ଥାପନ କରାଯିବ। ଏହାପରେ ଏହି ଦିନ ବ୍ୟୟ ମଞ୍ଜୁରି ବିଲ୍‍କୁ ଅନୁମୋଦନ ମଧ୍ୟ ଦିଆଯିବ।

Leave A Reply