ଆଜି ମିଳିବ ‘କାଳିଆ’ ଟଙ୍କା

ଭୁବନେଶ୍ୱର : କୃଷକମାନଙ୍କୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଛି। ‘କାଳିଆ’ ବନାମ କିଷାନ ସମ୍ମାନ ନିଧି (ପିଏମ-କିଷାନ)କୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ର ସହ ଟକ୍କର ଦେଇ ରାଜ୍ୟ ସରକାର ଗୋଟିଏ ଦିନରେ କୃଷକମାନଙ୍କୁ ‘କାଳିଆ’ ଟଙ୍କା ଦେବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ଆର୍ଥିକ ସହାୟତାର ଅଷ୍ଟମ କିସ୍ତି ପ୍ରଦାନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ ଯୋଜନା ସହାୟତା ରାଶି ପ୍ରଦାନ କରିବେ।
ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫ଟାରେ ରାଜ୍ୟର ଚାଷୀମାନଙ୍କୁ ‘କାଳିଆ’ ଯୋଜନା ସହାୟତା ରାଶି ପ୍ରଦାନ କରିବେ। ୪୨ ଲକ୍ଷ ଚାଷୀଙ୍କୁ ସହାୟତା ଅର୍ଥ ମିଳିବ।

Comments are closed.