ଆଇଟି ରିଟର୍ଣ୍ଣ: ମାର୍ଚ୍ଚ ୨୯ରୁ ୩୧ ଖୋଲା ରହିବ ଆୟକର ସେବା କେନ୍ଦ୍ର

0

ନୂଆଦିଲ୍ଲୀ : ଚଳିତମାସ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ରହିଥିବା ସତ୍ତ୍ୱେ ଆୟକର କାର୍ଯ୍ୟାଳୟ ଓ ଆୟକର ସେବା କେନ୍ଦ୍ର ଖୋଲା ରହିବ। ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ହେଉଥିବାବେଳେ ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଛି। ସେହି ସପ୍ତାହର ଉକ୍ତ ତାରିଖ ସରକାରୀ ଛୁଟି ରହୁଥିଲେ ହେଁ ଆୟକର ଦାତାଙ୍କ ଲାଗି ଆୟକର ଭବନ ଖୋଲା ରହିବ। ୨୯ ତାରିଖ ମହାବୀର ଜୟନ୍ତୀ, ୩୦ ତାରିଖ ଗୁଡ୍‌ ଫ୍ରାଇଡେ ଛୁଟି ରହୁଛି। ୩୧ ତାରିଖ ହେଉଛି ଆର୍ଥିକ ବର୍ଷର ଶେଷ ଦିନ ଓ ଶନିବାର। ତା’ପରେ ୧ ଏପ୍ରିଲ ରବିବାର ଛୁଟି।

Leave A Reply