ଅଟଳଙ୍କ ଅନ୍ତିମ ଯାତ୍ରା : ବାସଭବନରୁ ବିଜେପି କାର୍ଯ୍ୟାଳୟ

0

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ସେନା ବାହିନୀର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଟଳଙ୍କ ପାର୍ôଥବ ଶରୀରର ପଟୁଆର ଯାଉଛି। ଶବାଧାରରେ ‘ଅଟଳ ଅମର ରହେ’ ଓ ‘ବନ୍ଦେ ମାତରମ୍‍’ ଧ୍ୱନି ଚତୁର୍ଦ୍ଦିଗ ପ୍ରକମ୍ପିତ କରୁଛି। ସେଠାରେ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ତାଙ୍କ ପାର୍ଥିବ ଶରୀରକୁ ଦଳୀୟ କର୍ମକର୍ତ୍ତା ଓ ସାଧାରଣ ଜନତାଙ୍କ ଶେଷ ଦର୍ଶନ ପାଇଁ ରଖାଯିବ। ତା’ ପରେ ସେଠାରୁ ଆରମ୍ଭ ହେବ ଅଟଳଙ୍କ ଅନ୍ତିମ ଯାତ୍ରା। ଦିଲ୍ଳୀ ସ୍ମୃତି ସ୍ଥଳରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବିଦେଶରୁ ବହୁ ପ୍ରତିନିଧି ଅନ୍ତିମ ସଂସ୍କାରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ସକାଳୁ ବିଜେପି କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ଲାଗି ରହିଛି। ଦୀନଦୟାଲ ମାର୍ଗଠାରେ ଥିବା ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ପହଞ୍ଚିଛନ୍ତି। ସଂଯୁକ୍ତ ଆରବ ଏମିରଟ୍‍ସ୍‍ ସମେତ ବିଭିନ୍ନ ଦେଶରୁ ଶୋକ ବାର୍ତ୍ତା ପହଞ୍ଚିବାରେ ଲାଗିଛି। ଆଜି ସକାଳୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସମେତ ବହୁ ଦଳୀୟ ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି।

Leave A Reply