ଅଗ୍ନିକାଣ୍ଡରେ ଦୁଇ ଛେଳି ଜୀବନ୍ତ ଦଗ୍ଧ

0

ସୁଆଣ୍ଡୋ: ପୁରୀଜିଲା ସତ୍ୟବାଦୀ ବ୍ଲକ ହାଟସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇଟି ଘର ପୋଡ଼ି ଯାଇଥିବା ବେଳେ ଦୁଇ ପଶୁଙ୍କ ଜୀବନ ଯାଇଛି। ନକୁଳ ବେହେରାଙ୍କ ଗୁହାଳ ଘରେ ନିଆଁ ଲାଗିଥିଲା। ପରିବାର ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ରାତି ସାଢେ ଆଠଟାରେ ସତ୍ୟବାଦୀ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଦୁଇଟି ଦମକଳ ଗାଡି ନେଇ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ତା ପୂର୍ବରୁ ଦୁଇଟି ଛେଳି ସଂପୂର୍ଣ୍ଣ ଦଗ୍ଧ ହୋଇ ଯାଇଥିଲେ। ଗୋଟିଏ ଗାଈକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। କ୍ଷୟକ୍ଷତିର ପରିମାଣ ଆନୁମାନିକ କୋଡ଼ିଏ ହଜାର ଟଙ୍କା ବୋଲି ଜଣାପଡିଛି ।

Leave A Reply