ଅକ୍ଟୋବର ପହିଲାରୁ ଦେଶରେ ଅନଲକ୍-୫ : ସ୍କୁଲ ଖୋଲିବା ନିଷ୍ପତି ନେବେ ରାଜ୍ୟ ସରକାର
ନୂଆଦିଲ୍ଲୀ : ଅକ୍ଟୋବର ପହିଲାରୁ ଦେଶରେ ଅନଲକ୍-୫ ନେଇ କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଥିପାଇଁ ଗାଇଡ୍ ଲାଇନ୍ ଜାରି କରିଛି। ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ନିଷ୍ପତି ନେଇପାରିବେ। ସେହିପରି ଅକ୍ଟୋବର ୧୫ରୁ ୫୦% ଦର୍ଶକରେ ସିନେମା ହଲ୍ ଓ ଥିଏଟର ଖୋଲିବା ନେଇ ନିଷ୍ପତି ନିଆଯାଇଛି। ଅନ୍ୟାନ୍ୟ ଗାଇଡ୍ ଲାଇନ୍ ମଧ୍ୟରେ..
-ଅକ୍ଟୋବର ୩୧ ଯାଏ କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ ବଳବତ୍ତର ରହିବ।
-ଖେଳାଳିଙ୍କ ଟ୍ରେନିଂ ଲାଗି ଖୋଲିବ ସୁଇମିଂ ପୁଲ୍ ।
-ଅକ୍ଟୋବର ୧୫ ପରେ କଣ୍ଟେନମେଣ୍ଟ ଜୋନ ବାହାରେ କାର୍ଯ୍ୟକଳାପ ଜାରି ରହିବ।
– ଅନଲାଇନ୍ / ଦୂର ଶିକ୍ଷା ଶିକ୍ଷାଦାନ ଜାରି ରହିବ।
-ଯେଉଁଠାରେ ବିଦ୍ୟାଳୟଗୁଡ଼ିକରେ ଅନଲାଇନ୍ କ୍ଲାସ୍ ଆୟୋଜିତ ହେଉଛି, ଏବଂ କିଛି ଛାତ୍ର ଶାରୀରିକ ଭାବରେ ବିଦ୍ୟାଳୟରେ ପଢିବା ପରିବର୍ତ୍ତେ ଅନଲାଇନ୍ କ୍ଲାସରେ ଯୋଗଦେବାକୁ ପସନ୍ଦ କରନ୍ତି, ସେମାନଙ୍କୁ ତାହା କରିବାକୁ ଅନୁମତି ଦିଆଯାଇପାରେ।
-ଛାତ୍ର/ଛାତ୍ରୀମାନେ କେବଳ ପିତାମାତାଙ୍କ ଲିଖିତ ସମ୍ମତି ସହିତ ବିଦ୍ୟାଳୟ / ଅନୁଷ୍ଠାନକୁ ଯାଇପାରିବେ। ତେବେ
ଉପସ୍ଥାନ ବାଧ୍ୟତାମୂଳକ ହେବା ଉଚିତ ନୁହେଁ ଏବଂ ପିତାମାତାଙ୍କ ସମ୍ମତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।
-ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ସରକାର କେନ୍ଦ୍ର ସରକାରଙ୍କ ପୂର୍ବ ପରାମର୍ଶ ବିନା କଣ୍ଟେଣ୍ଟମେଣ୍ଟ ଜୋନ୍ ବାହାରେ କୌଣସି ସ୍ଥାନୀୟ ଲକଡାଉନ୍ (ରାଜ୍ୟ / ଜିଲ୍ଲା / ଉପ-ବିଭାଗ / ସହର / ଗ୍ରାମ ସ୍ତର) ଲାଗୁ କରି ପାରିବେ ନାହିଁ।
-ସାମଗ୍ରୀର ଏବଂ ଜନ ସାଧାରଣଙ୍କର ଆନ୍ତ-ରାଜ୍ୟ ଗତିବିଧି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହିପରି ଗତିବିଧି ପାଇଁ କୌଣସି ପୃଥକ ଅନୁମତି / ଅନୁମୋଦନ / ଇ-ଅନୁମତି ଆବଶ୍ୟକ ହେବ ନାହିଁ।
Comments are closed.