​‌ଟେନିସ ସେମିରେ ଅଙ୍କିତା, ବୋପନ୍ନା-ଦିଭିଜ୍‍

0

ପାଲେମ୍‍ବାଙ୍ଗ : ଚଳିତ ଏସୀୟ କ୍ରୀଡ଼ାର ମହିଳା ସିଙ୍ଗଲ୍‍ସ ବିଭାଗ ସେମିଫାଇନାଲକୁ ପ୍ରବେଶ କରିଛନ୍ତି ଭାରତର ଅଙ୍କିତା ରୈନା। ବୁଧବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‍ରେ ଅଙ୍କିତା ହଂକଂର ଇୟୁଡାଇସ୍‍ ଚୋଙ୍ଗଙ୍କୁ ସିଧାସଳଖ ୬-୪, ୬-୧ ସେଟ୍‍ରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍‍ରେ ଅଙ୍କିତା ୦-୩ ଗେମ୍‍ରେ ପଛରେ ରହିଥିଲେ ମଧ୍ୟ ଅଙ୍କିତା ପରବର୍ତ୍ତୀ ସମୟରେ ଭଲ ପ୍ରଦର୍ଶନ କରି ବିଜୟୀ ହେବାକୁ ସକ୍ଷମ ହୋଇଥିଲେ। ପ୍ରଥମ ସେଟ୍‍କୁ ୫୪ ମିନିଟ୍‍ରେ ଜିତିବା ପରେ ଅଙ୍କିତା ଦ୍ୱିତୀୟ ସେଟ୍‍ରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ। ଦ୍ୱିତୀୟ ସେଟ୍‍ ମାତ୍ର ୨୭ ମିନିଟ୍‍ରେ ଶେଷ ହୋଇଯାଇଥିଲା। ସେମିଫାଇନାଲରେ ଅଙ୍କିତା ପ୍ରବେଶ କରିବା ଫଳରେ ଅତିକମ୍‍ରେ ବ୍ରୋଞ୍ଜ୍‍ ପଦକ ଜିତିବା ନିଶ୍ଚିତ ହୋଇଯାଇଛି।
ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍‍ସର କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି ପ୍ରା​‌େ​‌ଜ୍ଞଶ୍‍ ଗୁଣେଶ୍ୱରନ୍‍। ପ୍ରିକ୍ୱାର୍ଟରରେପ୍ରା​‌େ​‌ଜ୍ଞଶ୍‍ ଭିଏତନାମର ଲାଏ ହନ୍‍ ନାମଙ୍କୁ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‍ରେ ୬-୩, ୫-୭ ଓ ୬-୪ ସେଟ୍‍ରେ ପରାସ୍ତ କରିଥିଲେ। ତେବେ ଅନ୍ୟ ଏକ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ଭାରତୀୟ ଖେଳାଳି ରାମନାଥନ୍‍ ରାମକୁମାର ଉଜ୍‍ବେକିସ୍ତାନର କାରିଶୋଭ ଜୁରାବେକଙ୍କଠାରୁ ୩-୬, ୬-୪, ୬-୩ ସେଟ୍‍ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‍ ପଡ଼ିଛନ୍ତି।
ପୁରୁଷ ଡବଲ୍‍ସ ବିଭାଗରେ ରୋହନ୍ନ ବୋପନ୍ନା- ଦିଭିଜ୍‍ ସରନଙ୍କ ଯୋଡ଼ି ଚାଇନିଜ ତାଇପେର ଚେଇଚେଙ୍ଗ ଓ ୟାଙ୍ଗ ସଙ୍ଗ୍‍ଙ୍କ ଯୋଡ଼ିକୁ ୬-୩, ୫-୭, ୧୦-୧ ସେଟ୍‍ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ କ୍ୱାର୍ଟର ଫାଇନାଲ ସୁମିତ ନାଗଲ୍‍ ଓ ରାମନାଥନ୍‍ ରାମକୁମାରଙ୍କ ଯୋଡ଼ି କାଜଖସ୍ତାନର ବୁବଲିକ୍‍ ଆଲେକ୍‍ସା ଓ ୟେଭସେ ଡେନିସ୍‍ଙ୍କ ଯୋଡ଼ି ଠାରୁ ୫-୭, ୬-୪, ୧୦-୨ ସେଟ୍‍ରେ ପରାସ୍ତ ହୋଇ ବାଦ୍‍ ପଡ଼ିଛନ୍ତି।

Leave A Reply