୮୦ ବର୍ଷର ରେକର୍ଡକୁ ଦୋହରାଇଲେ ଶ୍ରୀଲଙ୍କା ବ୍ୟାଟସମ୍ୟାନ

0

କଲମ୍ବୋ: ଶ୍ରୀଲଙ୍କାର ଜଣେ ଯୁବ ବ୍ୟାଟସମ୍ୟାନ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚର ଉଭୟ ଇନିଂସରେ ଦ୍ବିଶତକ ହାସଲ କରି ଚର୍ଚ୍ଚାକୁ ଆସିଛନ୍ତି। କ୍ରିକେଟ ଇତିହାସରେ ୮୦ ବର୍ଷ ପରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ଏହି କ୍ରିକେଟରଜଣକ ହେଲେ ଆଞ୍ଜେଲୋ ପରେରା। ସ୍ଥାନୀୟ ସିଂହଳିଜ୍‌ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ପରେରା ଏନ୍‌ସିସି (ନନ୍‌ଡେସ୍‌କ୍ରିପ୍ଟ୍‌ସ କ୍ରିକେଟ କ୍ଲବ) ଦଳର ଅଧିନାୟକତ୍ବ କରିଥିବାବେଳେ ଉଭୟ ଇନିଂସରେ ଯଥାକ୍ରମେ ୨୦୧ ଓ ୨୦୩ ରନ ସ୍କୋର କରିଛନ୍ତି। ପୂର୍ବରୁ ୧୯୩୮ରେ ଇଂଲଣ୍ଡର କେଣ୍ଟ୍‌ କାଉଣ୍ଟି ପକ୍ଷରୁ ଆର୍ଥର ଫାଗ୍‌ ଏସେକ୍ସ ବିପକ୍ଷ ପ୍ରଥମ ଶ୍ରେଣୀ ମ୍ୟାଚର ଉଭୟ ଇନିଂସରେ ଯଥାକ୍ରମେ ୨୪୪ ଓ ୨୦୨ (ଅପରାଜିତ) ରନ ସ୍କୋର କରିଥିଲେ। ପରେରା ଶ୍ରୀଲଙ୍କା ପକ୍ଷରୁ ୬ଟି ଆନ୍ତର୍ଜାତିକ ମ୍ୟାଚ (୪ଟି ଦିନିକିଆ ଓ ୨ଟି ଟ୍ବେଣ୍ଟି୨୦) ଖେଳିସାରିଛନ୍ତି। ତେବେ ପରେରା ୪ଟି ଦିନିକିଆରେ ମୋଟ ୮ ରନ ଓ ୨ଟି ଟ୍ବେଣ୍ଟି୨୦ରେ ମାତ୍ର ୪ ରନ ସ୍କୋର କରିପାରିଛନ୍ତି।

Leave A Reply